ବେଙ୍ଗାଲୁରୁରେ ଅସୁରକ୍ଷିତ ଭବନକୁ ମାଟିରେ ମିସାଇଦେଲେ BBMP, ମାତ୍ର ୧୦ ସେକେଣ୍ଡରେ ଗଳିପଡିଲା ବିଲ୍ଡିଂ

Published By : Prameya-News7 Bureau | October 13, 2021 IST

ବେଙ୍ଗାଲୁରୁ ୧୩।୧୦: ବେଙ୍ଗାଲୁର ନଗର ନିଗମ (ବିବିଏମପି) ବୁଧବାର ସହରରେ ଏକ ଅସୁରକ୍ଷିତ ବିଲ୍ଡିଂକୁ ଧ୍ୱଂସ୍ତ କରିଛନ୍ତି। ଏହି ବିଲ୍ଡିଂଟି ମଙ୍ଗଳବାର ସାମାନ୍ୟ ଝୁଙ୍କି ଯାଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏ ନେଇ ଲୋକେ ନଗର ନିଗମକୁ ସୂଚିତ କରିଥିବା ବେଳେ କାଳ ବିଳମ୍ବ ନ କରି ଏହାକୁ ମାଟିରେ ମିଶାଇ ଦିଆଯାଇଛି। ମାତ୍ର ୧୦ ସେକେଣ୍ଡରେ ବିଲ୍ଡିଂ ଟି ଗଳି ପଡିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

{"id":526719,"width":842,"height":593,"sizeSlug":"full","linkDestination":"none"}

ଏହି ବିଲ୍ଡିଂଟି ଶଙ୍କର ନାଗ ବସଷ୍ଟାଣ୍ଡ ନିକଟ ବୃଷଭବତୀ ୱାର୍ଡରେ ଥିଲା। ନିକଟରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବିଲ୍ଡିଂର ନିଅଁ ତଳକୁ ପାଣି ଚାଲିଯାଇଥିଲା। ଫଳରେ ନିଅଁ ଧସିବା ଯୋଗୁ ବିଲ୍ଡିଂ ଝୁଲିଯାଇଥିବା ବେଳେ ଆଖପାଖର ଲୋକେ ତୁରନ୍ତ ନଗର ପ୍ରଶାସନକୁ ସୂଚିତ କରିଥିଲେ। ଏଣୁ ବିବିଏମପି ଆଖପାଖ ଅଞ୍ଚଳ ଖାଲି କରି ବୁଧବାର ବିଲ୍ଡିଂ ଭୂଷାଡିବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରିଥିଲେ। ଏଥିଲାଗି ପୂର୍ବରୁ ବିଲ୍ଡିଂ ଅନ୍ତେବାସୀଙ୍କୁ ଘର ଖାଲିକରିଦେବାକୁ କୁହାଯାଇଥିଲା।

wp:embed {"url":"https://twitter.com/ANI/status/1448258000091852802","type":"rich","providerNameSlug":"twitter","responsive":true}
https://twitter.com/ANI/status/1448258000091852802
/wp:embed

ବେଙ୍ଗାଲୁର ସହରରେ ଉଚ୍ଚ ଅଟ୍ଟାଳିକା ଧସିବା ଏବେ ସାଧାରଣ ଘଟଣାରେ ପରିଣତ ହୋଇଛି। କସ୍ତୁରୀ ନଗରରେ ଏକ ପାଞ୍ଚ ମହଲା ବାସପୋଯୋଗୀ ଆପାର୍ଟମେଣ୍ଟ ପ୍ରଥମେ ଝୁଲି ଯାଇଥିଲା ଓ ଦେଖୁ ଦେଖୁ ଭୂଷୁଡି ପଡିଥିଲା। ତେବେ ତେବେ ବିଲ୍ଡିଂ ନଇଁବାମାତ୍ରେ ଲୋକେ ଘର ଖାଲି କରି ପଳାଇଥିବାରୁ ଅଳ୍ପକେ ବଡ ଦୁର୍ଘଟଣାରୁ ଅନେକ ଲୋକେ ବର୍ତ୍ତି ଯାଇଥିଲେ। ସେହିପରି ପୂର୍ବରୁ ଆଉ କେତୋଟି ବିଲ୍ଡିଂ ମଧ୍ୟ ଧସି ପଡିଥିଲା। ଏଣୁ ଏହି ବିଲ୍ଡିଂକୁ ବିବିଏମପି ନିଜେ ମାଟିରେ ମିଶାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.