Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କର୍ଣ୍ଣାଟକରେ କଡ଼ାକଡ଼ି କରୋନା କଟକଣା, କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ୪ ମାସରେ ୩ କୋଟି ଟଙ୍କା ଫାଇନ୍‌ ଆଦାୟ କଲା ବିବିଏମ୍‌ପି

9/10/2020 at 10:50 PM

ନୂଆଦିଲ୍ଲୀ ୦୯/୧୦: ଦେଶରେ କରୋନା କଟକଣା କୋହଳ ହୋଇଥିଲେ ହେଁ ସାମଜିକ ଦୂରତା, ମାସ୍କ ପିନ୍ଧିବା ଆଦି ଉପରେ ଗୁରୁତ୍ବ ଦିଆଯାଉଛି। କରୋନ ସଂକ୍ରମଣକୁ କମ୍‌ କରିବା ପାଇଁ ଏହିସବୁ ନିୟମ କଡ଼ାକଡ଼ି କରାଯାଇଛି। ଏଥିପାଇଁ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ଉଲ୍ଲଂଘନକାରୀଙ୍କ ଉପରେ ମୋଟା ଫାଇନ୍‌ ମଧ୍ୟ ଲାଗୁଛି । କର୍ଣ୍ଣାଟକରେ ଅମାନିଆଙ୍କ ପାଖରୁ ମୋଟାଅଙ୍କର ଫାଇନ୍‌ ଆଦାୟ ହେଉଥିବା ଜଣାପଡ଼ିଛି।   

ବୃହତ୍ତ ବାଙ୍ଗାଲୋର ମହାନଗର ପାଳିକା (ବିବିଏମ୍‌ପି‌) କରୋନା ନିୟମ ଉଲ୍ଲଂଘନକାରୀଙ୍କ ପାଖରୁ ମୋଟାଅଙ୍କର ଫାଇନ୍‌ ଆଦାୟ କରିଛି । ମାସ୍କ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ମାନୁ ନଥିବା ଲୋକଙ୍କ ପାଖରୁ ୪ ମାସରେ ୩ କୋଟିରୁ ଅଧିକ ଫାଇନ୍‌ ଆଦାୟ କରିଛି ବିବିଏମ୍‌ପି । ଏନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ୧.୨୫ ଲକ୍ଷ ଲୋକଙ୍କ ପାଖରୁ ୨.୬୫ କୋଟି ଟଙ୍କା ଫାଇନ୍‌ ଆଦାୟ କରିଛି ବିବିଏମ୍‌ପି‌। ଜୁନ ୯ରୁ ଅକ୍ଟୋବର ୬ ମଧ୍ୟରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପାଇଁ ୩୧.୫ ଲକ୍ଷ ଫାଇନ୍‌ ଆଦାୟ ହୋଇଛି। କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ୧୭୦ ପ୍ରତିଷ୍ଠାନ ବିବିଏମ୍‌ପି ସିଲ୍‌ କରିଥିବା ଜଣାପଡ଼ିଛି। ଏହାଦ୍ବାରା ଲୋକ ଅଧିକ ସଚେତନ ହେବେ ବୋଲି ବିବିଏମ୍‌ପି‌ ପକ୍ଷରୁ କୋର୍ଟରେ କୁହାଯାଇଛି।

   Related Posts