ହାଥରସ୍ ଦୁଷ୍କର୍ମ ଘଟିଥିବା କ୍ଷେତରେ କ୍ଷତିଗ୍ରସ୍ତ ହେଲା ଫସଲ : କ୍ଷତିପୂରଣ ମାଗିଲେ ଚାଷୀ

Published By : Prameya-News7 Bureau | October 19, 2020 IST

ହାଥରସ୍ ୧୯/୧୦: ସେପ୍ଟେମ୍ବର ୧୪ତାରିଖରେ ଉତ୍ତରପ୍ରଦେଶର ହାଥରସରେ ଯେଉଁ କ୍ଷେତରେ ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ଘଟଣା ଘଟିଥିଲା ସେହି କ୍ଷେତର ମାଲିକ ଜଣେ ଚାଷୀ ଏବଂ ସେ ଏବେ ଚିନ୍ତାରେ ଅଛନ୍ତି।

{"id":347160,"sizeSlug":"large"}

କ୍ଷେତର ମାଲିକ ସୋମ ସିଂହ କହିଛନ୍ତି ଯେ ତାଙ୍କ ଫସଲ ବରବାଦ ହୋଇ ଯାଇଛି। ଏହାର କାରଣ ହେଉଛି ଯେ ପ୍ରଶାସନ କ୍ଷେତରେ ସିଞ୍ଚନ କରିବା ଏବଂ କାଟିବାକୁ ମନା କରି ଦେଇଥିଲା ଯାହା ଦ୍ବାରା ପ୍ରମାଣ ନଷ୍ଟ କରାଯାଇପାରିବ ନାହିଁ। ଏବେ ସୋମ ସିଂହ ପ୍ରଶାସନକୁ କ୍ଷତିପୂରଣ ଦାବି କରିଛନ୍ତି।

ପୀଡ଼ିତା ସୋମ ସିଂହଙ୍କ କ୍ଷେତରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପୀଡ଼ିତ ପରିବାରଙ୍କ ଦାବି ହେଉଛି ଯେ ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇ ତାଙ୍କ ହତ୍ୟା କରି ଦିଆଯାଇଥିଲା। ପୀଡ଼ିତାଙ୍କ ସହ ଦୁଷ୍କର୍ମ ହେବାର ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।

{"id":347161,"sizeSlug":"large"}

ଏହି କ୍ଷେତରେ ଚାଷୀ ସୋମ ସିଂହ ବାଜରା ଚାଷ କରିଥିଲେ। ବାଜରା ଫସଲ ବଡ଼ ହୋଇଯାଇଥିଲା ଏବଂ ଏଥିରେ ଦାନା ମଧ୍ୟ ବାହାରିବାକୁ ଲାଗିଥିଲା। ସେପ୍ଟେମ୍ବର ୧୪ତାରିଖରେ ଘଟଣା ପରେ ଏହି କ୍ଷେତରେ ପ୍ରଶାସନ ସବୁ କାମ ବନ୍ଦ କରି ଦେଇଥିଲା।

{"id":347162,"sizeSlug":"large"}

ସୋମ ସିଂହ ୮ଏକର ଜମିରେ ବାଜରା ଚାଷ କରିଥିଲେ। ଘଟଣା ପରେ ସ୍ଥାନୀୟ ପୋଲିସ୍ ପରେ SIT ଏବଂ ସିବିଆଇ ଟିମ୍ ଅନେକ ଥର କ୍ଷେତକୁ ଯାଇଥିଲେ ଯେଉଁଠାରେ ଦୁଷ୍କର୍ମ ହୋଇଥିଲା।

ବାରମ୍ବାର ଲୋକଙ୍କ ଯିବା ଫଳରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଚାଷୀ ସୋମ ସିଂହଙ୍କ କହିବା ଅନୁସାରେ ଚାଷ ଉପରେ ରୋକ ଲାଗିଛି। ତାଙ୍କ ପୂରା ପରିବାର ଚାଷ ଉପରେ ନିର୍ଭରଶୀଳ। ତେଣୁ ଏପରି ପରିସ୍ଥିତିରେ ତାଙ୍କର ହୋଇଥିବା କ୍ଷତି ବାବଦକୁ ପ୍ରଶାସନ କ୍ଷତିପୂରଣ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.