କଳାବଜାରୀଙ୍କୁ ‘କରୋନା’ ଆଳ : ୪୫ଟଙ୍କାର ମାସ୍କ ହୋଇଛି ୧୫୦, ସାନିଟାଇଜର ଦର ଆକାଶଛୁଆଁ

Published By : Prameya-News7 Bureau | March 07, 2020 IST

ଭୁବନେଶ୍ବର ୦୭।୦୩ : କରୋନାର ଭୟଙ୍କର ସାଇଡ୍ ଇଫେକ୍ଟ । ବଜାରରୁ ଉଭାନ ହୋଇଯାଇଛି ମାସ୍କ ଆଉ ସାନିଟାଇଜର। ଯେଉଁଠି ମିଳୁଛି, ଦର ହୋଇଛି ଆକାଶ ଛୁଆଁ । ପୂର୍ବରୁ ଯେଉଁ ମାସ୍କ ୪୫ ଟଙ୍କାରେ ମିଳୁଥିଲା, ଏବେ ତାହା ଦେଢ଼ ଶହ । ସ୍ଥିତି ଏଭଳି ହେଲାଣି ଯେ, ବାହାର ରାଜ୍ୟରୁ ବେପାରି ଆସି ଭୁବନେଶ୍ବରରେ ମୂଲଚାଲ କଲେଣି । ସେପଟେ ବ୍ୟବସାୟୀଙ୍କ କହିବା କଥା ଦର ସେମାନେ ବଢ଼ାଉ ନାହାଁନ୍ତି, କମ୍ପାନୀ ଚଢ଼ା ଦରରେ ଯୋଗାଉଛି ।

{"id":234588,"sizeSlug":"large"}

କରୋନା ପାଇଁ ବଜାରରୁ ମାସ୍କ ଗାଏବ । ସାନିଟାଇଜର ବି ଉଭାନ, ବହୁ ଖୋଜାଖୋଜି କଲେ କାଁ ଭାଁ କେଉଁ ଦୋକାନରେ ମିଳୁଛି । ତାହା ପୁଣି ଆକାଶଛୁଆଁ ଦରରେ । କରୋନା ଭାଇରସ୍ ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି । କିନ୍ତୁ ମେଡ଼ିସନ୍ ଷ୍ଟୋରରେ ମାସ୍କ ମିଳୁନି । ହଠାତ୍ ବଜାରରୁ ମାସ୍କ ଗାଏବ ହୋଇଯିବା ପଛରେ କଳାବଜାରୀଙ୍କ ହାତ ଥିବା କୁହାଯାଉଛି ।

{"id":234589,"sizeSlug":"large"}

ବଜାରରେ ମାସ୍କର କୃତିମ ଅଭାବ ଦେଖାଇ ଚଢା ଦରରେ ଲୋକଙ୍କୁ ଲୁଟୁଛନ୍ତ କିଛି କଳାବଜାରୀ । ପୂର୍ବକୁ ଗୋଟିଏ ଏନ୍-୯୫ ମାସ୍କ, ୪୫ ଟଙ୍କାରେ ମିଳୁଥିବା ବେଳେ ଏବେ ଏହାର ଦାମ୍ ଦେଢ ଶହରୁ ଅଧିକ । ସେହିଭଳି ଭି-ପ୍ଲସ ମାସ୍କର ଦାମ ୩୦ ଟଙ୍କାରୁ ଶହେ ଟଙ୍କା ଉପରେ ବିକ୍ରି ହେଉଛି । ପୂର୍ବରୁ ଥ୍ରି ପ୍ଲାଏ ମାସ୍କ ଏକ ଟଙ୍କା ୭୦ ପଇସା ଥିବା ବେଳେ ଏବେ ୩୦ ଟଙ୍କା ଉପରେ। ଛୋଟ ପିଲାଙ୍କ ପାଇଁ ଏସଜି ମାସ୍କର ହୋଲସେଲ ଦର ପୂର୍ବରୁ ୨୯୯ ଟଙ୍କା ଥିବାବେଳେ ଏବେ ଏହା ସାଢେ ତିନିଶହ ଟଙ୍କାରେ ବିକ୍ରି ହେଉଛି ।

{"id":234590,"sizeSlug":"large"}

ତେବେ ଦୋକାନୀଙ୍କ କହିବା କଥା ରେଟ୍ ସେମାନେ ବଢାଉ ନାହାଁନ୍ତି, କମ୍ପାନୀ ବଢ଼ାଉଛି । ଯେଉଁ କମ୍ପାନୀ ପୂର୍ବରୁ ୪୦ ଟଙ୍କାରେ ମାସ୍କ ଦେଉଥିଲା ଏବେ  ଗୋଟାକୁ ୧୧୦ ଟଙ୍କାର ହୋଲସେଲ୍ ଦରରେ ବିକୁଛନ୍ତି।

{"id":234593,"sizeSlug":"large"}

ସେପଟେ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଜନୌଷଧି କାଉଣ୍ଟରମାନଙ୍କରେ ମଧ୍ୟ ମାସ୍କ ଏବଂ ସାନିଟାଇଜର ନାହିଁ । ଏହି ଷ୍ଟୋର ଗୁଡ଼ିକରେ ଥିବା ସମସ୍ତ ଔଷଧ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳିଥାଏ । ମାସ୍କ ଏବଂ ସାନିଟାଇଜର ଶସ୍ତାରେ ମିଳିବା ଆଶାରେ ଲୋକେ ଏଠାକୁ ଆସୁଛନ୍ତି, ହେଲେ ଏଠାରେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡୁଛି । କାଉଣ୍ଟର ଅଧିକାରୀଙ୍କ କହିବା କଥା ଏନେଇ ସେମାନେ ପନ୍ଦର ଦିନ ତଳୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି । କିନ୍ତୁ ସେମାନଙ୍କ ପାଖରେ ମଧ୍ୟ ଆଭେଲେବଲ ନାହିଁ ବୋଲି ସେମାନେ କହୁଛନ୍ତି ।

{"id":234594,"sizeSlug":"large"}

 ମାସ୍କ ଏବଂ ସାନିଟାଇଜର ପାଇଁ କଳାବଜାରୀ ଦେଖା ଦେଇଥିବା ବେଳେ ବାହାର ରାଜ୍ୟରୁ ବେପାରୀ ଆସି ଭୁବନେଶ୍ବରର ବିଭିନ୍ନ ଔଷଧ ଦୋକାନରେ ମୁଲଚାଲ କଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.