ପତ୍ର ଗୋଟିଏ ଲାଭ ଅନେକ : ମଧୁମେହ ନିୟନ୍ତ୍ରଣ କରିବାରେ ହୋଇଥାଏ ସହାୟକ, କରୋନା ସମୟରେ ଲାଭଦାୟକ

Published By : Prameya-News7 Bureau | July 24, 2020 IST

ଭୁବନେଶ୍ୱର ୨୪/୦୭ : ମଧୁମେହ ଏମିତି ଏକ ରୋଗ ଯାହା ମଣିଷ ଶରୀରକୁ ଭିତରେ ଭିତରେ ନଷ୍ଟ କରିଦେଇଥାଏ | ମଧୁମେହ ମଣିଷ ଶରୀରକୁ ଧୀରେ ଧୀରେ ଦୁର୍ବଳ କରିଦେଇଥାଏ | ଶରୀର ଏତେ ଦୁର୍ବଳ ହୋଇଯାଇଥାଏ ଯେ ଶରୀରରେ କିଛି ଘା' କିମ୍ବା ଖଣ୍ଡିଆ ହେଲେ ମଧ୍ୟ ଶୀଘ୍ର ଶୁଖି ନଥାଏ କି ଭଲ ହୋଇନଥାଏ | ଏହି ରୋଗରୁ ଆକ୍ଟିଭ ଓ ସୁସ୍ଥ ଲାଇଫଷ୍ଟାଇଲ ରକ୍ଷା କରିପାରିବ | କିନ୍ତୁ କରୋନା ମହାମାରୀ ଓ ଲକଡାଉନ ସମୟରେ ଏହା ସମସ୍ତଙ୍କ ପାଇଁ ସମ୍ଭବ ନ ହୋଇପାରେ | ସେଥିପାଇଁ ଏହିଭଳି ସମୟରେ ନିଜ ଭୋଜନ ଓ ଖାଦ୍ୟ-ପେୟ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ | ଭୋଜନ ଏହିଭଳି ଜିନିଷ ସେବନ କରିବା ଉଚିତ ଯାହା ଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ | ଏହିଭଳି ଏକ ମସଲା ହେଲା ତେଜପତ୍ର ଯାହା ସମସ୍ତଙ୍କ ଘରେ ଉପଲବ୍ଧ | ଜାଣନ୍ତୁ ତେଜପତ୍ରର ଲାଭ :

{"id":304843,"sizeSlug":"large"}

ତେଜପତ୍ରକୁ ଦେଶର ଅନେକ ସ୍ଥାନରେ ମାଲାବାର ପତ୍ର ମଧ୍ୟ କୁହାଯାଏ | ଅନେକ ଭାରତୀୟ ବ୍ୟଞ୍ଜନରେ ତେଜପତ୍ର ବ୍ୟବହାର କରାଯାଇଥାଏ | ତେଜପତ୍ରକୁ ଗରମ ମସଲା ଭାବେ ବ୍ୟବହାର କରାଯାଏ | ଏହାର ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର |

{"id":304850,"width":586,"height":390,"sizeSlug":"large"}

- ତେଜପତ୍ରରେ ଭିଟାମିନ-ଏ ଓ ଭିଟାମିନ-ସି ରହିଛି | ଏହି ଦୁଇଟି ଭିଟାମିନ ଦୈନନ୍ଦିନ ଜୀବନ ପାଇଁ ନିହାତି ଆବଶ୍ୟକ | ଭିଟାମିନ-୧ ଆଖି ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ ଓ ଭିଟାମିନ-ସି ଶରୀରରେ ହ୍ୱାଇଟ ବ୍ଲଡ଼ ସେଲ୍ସ ସଂଖ୍ୟା ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ |

- ହ୍ୱାଇଟ ବ୍ଲଡ଼ ସେଲ୍ସ ଶରୀରରେ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ | କରୋନା ମହାମାରୀ ସମୟରେ ପ୍ରତିରୋଧକ କ୍ଷମତା ସୁଦୃଢ କରିବା ନିହାତି ଆବଶ୍ୟକ | ସେଥିପାଇଁ କରୋନାରୁ ବଞ୍ଚିବା ପାଇଁ ହେଲ୍ଥ ଏକ୍ସପର୍ଟ ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି |

{"id":304851,"width":581,"height":322,"sizeSlug":"large"}

- ତେଜପତ୍ର ପାଚନ ତନ୍ତ୍ରକୁ ମଜବୁତ କରିଥାଏ | ଏହାସହ ମଧୁମେହ ରୋଗୀଙ୍କ ମଧ୍ୟରେ ଇନସୁଲିନର ମାତ୍ର ବଢିବା-କମିବାକୁ ମଧ୍ୟ ତେଜପତ୍ର ନିୟନ୍ତ୍ରଣ କରିଥାଏ | ଏହାକୁ ପାଉଡର କରି ସୁପରେ ପକାଇ ମଧ୍ୟ ସେବନ କରିପାରିବେ | ଅନ୍ୟାନ୍ୟ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରିପାରିବେ | ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାକୁ ପିଉଥିବା କାଢ଼ାରେ ତେଜପତ୍ର ପକାଇ ପ୍ରସ୍ତୁତ କରିବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.