Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆମ ବାଉଁଶ କୁଲା କିଣିବ କିଏ ? ଚିନ୍ତାରେ କାରିଗର, କରୋନା ପାଇଁ ବେପାର ମାନ୍ଦା

8/06/2021 at 7:54 AM

ସମ୍ବଲପୁର ୦୮।୦୬: ବାଉଁଶ କାରିଗରଙ୍କ ଉପରେ କରୋନା ମାଡ । ବାଉଁଶରେ ଘର ସାଜସଜ୍ଜା ଜିନିଷ ସାଙ୍ଗକୁ ସୌକିନ ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଏବେ ଲକଡାଉନ ଯୋଗୁ ବେପାର ମାନ୍ଦା । ଆସନ୍ତୁ ଜାଣିବା ସମ୍ବଲପୁରରେ କେମିତି ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ବାଉଁଶ କାରିଗର ।

କରୋନା କଟକଣା ଛଡାଇ ନେଇଛି ଜୀବନ ଜୀବିକା । ହଜାର ହଜାର ସାମଗ୍ରୀ ବିକ୍ରି ହୋଇନପାରି ପଡିପହିଛି । ଦିନରାତି ଏକକରି ବାଉଁଶରୁ ଭଳିକି ଭଳି ସାମଗ୍ରୀ ତିଆରି କରୁଥିବା ବାଉଁଶ ବେପାରୀ ଏବେ ଚିନ୍ତାରେ । ସମ୍ବଲପୁର ଜିଲ୍ଲା ର ବାଉଁଶ କାରିଗରଙ୍କ ଦୁଃଖ କହିଲେ ନସରେ । ଲକଡାଉନ ଯୋଗୁ ବେପାର ମାନ୍ଦା । ଫଳରେ ତିଆରି କରିଥିବା ସାମଗ୍ରୀ ସବୁ ଘରେ ପଡି ପଡି ନଷ୍ଟ ହେଉଛି ।

ଏପଟେ ରାସ୍ତା କଡରେ ବାଉଁଶ ସାମଗ୍ରୀର ପସରା ମେଲିଥିବା କାରିଗର ବି ନିରାଶ । ଲୋକ ଆସୁନାହାନ୍ତି କି ବାଉଁଶ ସାମଗ୍ରୀ ଜିନିଷ କିଣୁନାହାନ୍ତି । ନାନା ଅଭାବ ଅସୁବିଧା ମଧ୍ଯରେ ଦିନ କାଟିବାକୁ ବାଧ୍ଯ ହେଉଛନ୍ତି ଏମାନେ । ପରିବାର ପ୍ରତିପୋଷଣ କରିବା ଏବେ ଏମାନଙ୍କ ପ୍ରମୁଖ୍ୟ ସମସ୍ୟା ପାଲଟିଛି ।


   Related Posts