ବାତ୍ୟା ମୁକାବିଲା : ଯାଜପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ, ସଜାଗ ଅଗ୍ନିଶମ ବାହିନୀ

Published By : Prameya-News7 Bureau | May 23, 2021 IST

ଚଣ୍ଡିଖୋଲ, ୨୩।୦୫: ଆସୁଛି ବାତ୍ୟା ୟଶ । ଯାହା ଉତ୍ତର ଉପକୂଳ ଓଡିଶାରେ ବେଶ୍ ପ୍ରଭାବ ପକାଇବ। ବିଶେଷ କରି ଯାଜପୁର ଜିଲ୍ଲା ମଧ୍ୟ ବେଶ୍ ପ୍ରଭାବିତ ହେବାର ସମ୍ଭବନା ରହିଛି। ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘନ ଘନ ବୈଠକ ଚାଲୁ ରହିଛି । 

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହାସହ ଅଗ୍ନିଶମ ବାହିନୀ ମଧ୍ୟ ପ୍ରସ୍ତୁତ ରହିଛି । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପକ୍ଷରୁ ବାତ୍ୟା ପ୍ରସ୍ତୁତି କରାଯାଇଛି । ଆସ୍କା ଲାଇଟ, ପାୱାର ବୋଟ, ହାଇଡ୍ରୋଲିକ ପ୍ରମୁଖ ଉପକରଣକୁ ତଦାରଖ କରାଯାଇଛି ।

ଯଦି ବାତ୍ୟା ପ୍ରଭାବରେ ଗଛ ଭାଙ୍ଗିଲା କିମ୍ବା ଘର ଭାଙ୍ଗିଲା ତେବେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ଗମନା ଗମନକୁ ସ୍ୱାବିକ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳକୁ ଯାଇ ସାନିଟାଇଜ୍ କରିଛି ଅଗ୍ନିଶମ ବାହିନୀ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.