ୟସ୍‌ର ୧୦ ଦିନ ପରେ ବି ମିଳୁନି ସହାୟତା, ୪ ଆରଆଇଙ୍କୁ ଅଟକ ରଖିଲେ ବାତ୍ୟା ବିପନ୍ନ

Published By : Prameya-News7 Bureau | June 05, 2021 IST

ସୋର, ୦୫/୦୬: ଆରଆଇଙ୍କୁ ଅଟକ ରଖିଲେ ବାତ୍ୟା ବିପନ୍ନ । ଚାରିଜଣ ଆରଆଇ ବା ରାଜସ୍ୱ ନୀରିକ୍ଷକଙ୍କୁ ତାଲା ପକାଇଲେ ୟସ ବାତ୍ୟା ବିପନ୍ନ l ବାଲେଶ୍ୱର ଜିଲ୍ଲା ଖଇରା  ତହସିଲ ଅଧିନ ଗଣ୍ଡିବେଡ଼ ଆରଆଇ ଅଫିସ ଗେଟରେ ତାଲା ପକାଇ ବାତ୍ୟା ବିପନ୍ନ ପରିବାର ଧାରଣା ଦେଇଛନ୍ତି।

ସୂଚନା ଅନୁସାରେ, ବାତ୍ୟା ୟସ ପ୍ରଭାବରେ ଖଇରା ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟିଛି।ହେଲେ ବାତ୍ୟାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ବାତ୍ୟାରେ କ୍ଷୟକ୍ଷତି ଘଟିଥିବା ବିପନ୍ନ ପରିବାରଙ୍କୁ ଏ ପର୍ଯ୍ୟନ୍ତ ପଲିଥିନ କିମ୍ବା କୌଣସି ସରକାରୀ ସହାୟତା ଦିଆଯାଇନାହିଁl ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ଅଞ୍ଚଳର ବାତ୍ୟା ବିପନ୍ନ ପରିବାରର ସଦସ୍ୟମାନେ ସରକାରୀ ସହାୟତା ଦାବିରେ ଗଣ୍ଡିବଡ଼ ଆରଆଇ ଅଫିସ ଗେଟରେ ଦୀର୍ଘ ସମୟ ଧରି ତାଲା ପକାଇଥିଲେ।

ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର, ଖଇରା ପୋଲିସ ପହଞ୍ଚି ବିପନ୍ନ ପରିବାରଙ୍କୁ ବୁଝାସୁଝା କରିଥିଲେ।ଦୁଇଦିନ ଭିତରେ ବିପନ୍ନ ପରିବାରଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.