ଲଦ୍ଦାଖରୁ ସେନାୟୁନିଟି ଫେରିବା ଉପରେ ରୋକ୍, ଖାଲି ହେବ ଦମଚୋକ୍ ଓ ପେଙ୍ଗାଙ୍ଗ ଲେକ୍‌ର ଆଖପାଖ ଗାଁ

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୬:  ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଜୁନ ୧୫ ତାରିଖ ଘଟଣା ପରେ  ଉତ୍ତେଜନା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମୁଭମେଣ୍ଟ ଆରମ୍ଭ କରିଛି।  ଏଣୁ ଯେଉଁ ସେନା ଲଦ୍ଦାଖରୁ ପିସ୍‌ ଷ୍ଟେସନ ଫେରିବାର ଥିଲା ସେମାନଙ୍କୁ ସେହିଠାରେ ଅଟକି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସୀମାକୁ ଲାଗି ରହିଥିବା ଗାଁ ଖାଲି କରିବା ଲାଗି ପଦକ୍ଷେପ ନିଆଯାଇଛି। ସୀମାରେ ବଢୁଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଲଦ୍ଦାଖ ଆଖପାଖରେ ମୁତୟନ ସେନାକୁ କେତେବେଳେ ବି ଲେହ ଯିବା ଲାଗି ପ୍ରସ୍ତୁତ ରଖା ଯାଇଛି।

{"id":287799,"sizeSlug":"large"}

ସେପଟେ କାଶ୍ମୀର ଓ ଜମ୍ମୁରେ ମୁତୟନ ୟୁନିଟସ୍‌କୁ ଯେ କୌଣସି ମୂହୁର୍ତ୍ତରେ ଲଦ୍ଦାଖ ସିଫ୍ଟ କରାଯାଇପାରେ ବୋଲି ଜଣାପଡିଛି। ସେହିପରି ସୀମା ସଲଗ୍ନ ଗାଁର ଟେଲିଫୋନ ସଂଯୋଗ ବିଛିନ୍ନ ହୋଇଥିବା ବେଳେ ମୋବାଇଲ ଯୋଗାଯୋଗ ମଧ୍ୟ କାଟି ଦିଆଯାଇଛି। ଲେହ ସହରାଞ୍ଚଳ ବାହାରେ ସେନା ବ୍ୟତୀତ ଅନ୍ୟ ଯାତାୟାତ ଉପରେ ବୁଧବାର ରୋକ ଲାଗିଛି। ଶ୍ରୀନଗର-ଲେହ ହାଇୱେକୁ ମଧ୍ୟ ସାଧାରଣ ଲୋକଙ୍କ ଆବାଗମନ ଲାଗି ବନ୍ଦ କରାଯାଇଛି। ଇତିମଧ୍ୟରେ ଅଫିସର ଓ ଜବାନଙ୍କ ଛୁଟି ବାତିଲ କରିଦେଇଛି ସେନା ।

{"id":287800,"sizeSlug":"large"}

ଯେଉଁ ଅଫିସର ଓ ଜବାନମାନେ ଛୁଟିରେ ଯାଇଥିଲେ ଲକଡାଉନ୍‌ ଓ ସଟ୍ ଡାଉନ୍‌ ଲାଗି ସେମାନଙ୍କ ଛୁଟି ବଢାଇ ଦିଆଯାଇଥିଲା ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେପଟେ ସୀମା ସଲଗ୍ନ ୩ହଜାର ୪୦୦ କିଲୋମିଟର ଦୀର୍ଘ ଏଲଏସିକୁ   ସତର୍କ କରାଇଦିଆଯାଇଛି। ଯେଉଁଠାରେ ବି ଚୀନ ସେନା ସୀମା ଉଲ୍ଲଂଘନ କରିବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

{"id":287801,"width":579,"height":381,"sizeSlug":"large"}

ତେବେ ପୂର୍ବରୁ ନୌସେନାକୁ ଆଲର୍ଟ କରାଯାଇଥିଲା। ମଙ୍ଗଳବାର କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ୩ ସେନା ମୁଖ୍ୟଙ୍କ ଆଲୋଚନାରେ ନୌସେନାକୁ ନିଜ ପୋଜିସନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ନୌସେନା ଚୀନ୍‌ ସଲଗ୍ନ ସାଗର ସୀମାରେ ନିଜର ଉପସ୍ଥିତି ଜାହିର କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.