Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

୬ବର୍ଷର ଶିଶୁ ନାକ ଭିତରେ ପଶିଗଲା ବ୍ୟାଟେରୀ ସେଲ୍ ,୫ମାସ ପରେ ଅପରେସନ କରି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

9/11/2020 at 3:06 PM

ରାଜକୋଟ ୯/୧୧: କୁହାଯାଏ ଯେ ବେଳେବେଳେ ସାମାନ୍ୟ କଥା ମଧ୍ୟ ଗମ୍ଭୀର ପରିସ୍ଥିତିରେ ବଦଳି ଯାଇଥାଏ। ଏପରି ଏକ ଅଜବ ଘଟଣା ରାଜକୋଟରେ ଘଟିଛି। ୬ବର୍ଷ ବୟସ ପୁଅଟିର ନାକରେ ଫସିଥିବା ବ୍ୟାଟେରୀଟି ଶଲ୍ୟ ଚିକିତ୍ସା ମାଧ୍ୟମରେ ବାହାର କରାଯାଇଛି।

ରାଜକୋଟ ବାସିନ୍ଦା ଆର୍ଯ୍ୟନ୍ ହିତେଶ ଚୌହାନ(୬)ଙ୍କ ବାପା ହିତେଶଙ୍କ କହିବା ଅନୁସାରେ ୫ମାସ ହେବ ଆର୍ଯ୍ୟନଙ୍କ ଥଣ୍ଡା ଭଲ ହେଉନଥିଲା ,ନାକର ଡାହାଣ ପାର୍ଶ୍ବରୁ ଦୁର୍ଗନ୍ଧଯୁକ୍ତ ହଳଦିଆ ତରଳ ପଦାର୍ଥ ବାହାରୁଥିଲା ଏବଂ ବାମ ପାର୍ଶ୍ବର ନାକ ବନ୍ଦ ହୋଇଯିବା ସହ ଯନ୍ତ୍ରଣା ମଧ୍ୟ ହେଉଥିଲା। ବାରମ୍ବାର ଔଷଧ ନେବା​‌ ସତ୍ବେ ତାହା ଭଲ ହୋଇନଥିଲା।

ସେ ରାଜକୋଟର ବିଦ୍ୟା ନଗରମେନ୍ ରୋଡରେ ଦାନ୍ତ ଏବଂ କାନ ,ନାକ ଏବଂ ଗଳା ହସ୍ପିଟାଲର ଇଏନଟି ବିଶେଷଜ୍ଞଡାକ୍ତର ହିମାଂଶୁ ଠକ୍କରଙ୍କ ସହ ଯୋଗାଯୋଗ କରିଥିଲେ। ଏକ୍ସ-ରେରୁ ଜଣା ପଡ଼ିଥିଲା ଯେ ଆର୍ଯ୍ୟନଙ୍କ ନାକର ଡାହାଣ ପଣେ ମେଟାଲର କୌଣସି ବସ୍ତୁ ଫସିଛି। ତାଙ୍କୁ ପଚାରିବାରୁ ହିତେଶ ୫ମାସ ତଳେ ଖେଳୁଥିବାବେଳେ ଆର୍ଯ୍ୟନର ନାକରେ ବ୍ୟାଟେରି ପଶିଯାଇଥିବାର ସନ୍ଦେହ ପ୍ରକାଶ କରିଥିଲେ।

ଡାକ୍ତର ହିମାଂଶୁ ବିଳମ୍ବ ନକରି ଦୂରବୀକ୍ଷଣ ସାହାଯ୍ୟରେ ତୁରନ୍ତ ଶଲ୍ୟ ଚିକିତ୍ସା କରି ୬ବର୍ଷର ପୁଅ ନାକରୁ ବ୍ୟାଟେରୀ ବାହାର କରି ତା ଜୀବନ ବଞ୍ଚାଇଥିଲେ।

   Related Posts