Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଘରକୁ ବାଦୁଡ଼ି ପ୍ରବେଶ କରିବା ଦେଇଥାଏ ଏହିସବୁ ଅଶୁଭ ସଂକେତ: ହୋଇଯାଆନ୍ତୁ ସତର୍କ

27/10/2021 at 7:23 PM

ଭୁବନେଶ୍ୱର ୨୭/୧୦ : ଶାସ୍ତ୍ରରେ ପଶୁ ପକ୍ଷୀଙ୍କ ଶୁଭ ଅଶୁଭ ସଂକେତ ସମ୍ପର୍କରେ କୁହାଯାଇଛି। ବେଳେବେଳେ ଜୀବନରେ ହେବାକୁଥିବା ଭଲ ଖରାପ ଘଟଣା ଆଡକୁ ଏହି ପଶୁ ପକ୍ଷୀ ସଂକେତ ଦେଇଥାନ୍ତି। ଘରେ ବାଦୁଡ଼ି ଦେଖାଦେଲେ କିମ୍ବା ଘର ଭିତରକୁ ବାଦୁଡ଼ି ପ୍ରବେଶ କଲେ ଜୀବନରେ ଏହାର କଣ ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା।

ଘରେ ବାଦୁଡ଼ି ଦେଖାଦେବ କିମ୍ବା ଘର ଭିତରକୁ ପ୍ରବେଶ କରିବା ଶୁଭ କୁହାଯାଏ ନାହିଁ। ଏହା ଅନେକ ପ୍ରକାର ସମସ୍ୟା ସମ୍ପର୍କରେ ସଂକେତ ଦେଇଥାନ୍ତି। ସେଥିପାଇଁ ଘରେ ବାଦୁଡ଼ି ଦେଖାଦେଲେ ସତର୍କ ରହିବା ଉଚିତ। କାରଣ ଏହା ଘରର ସକାରାତ୍ମକ ଶକ୍ତିକୁ ପ୍ରଭାବିତ କରିଥାଏ। ଏହାସହ ଧନ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସଂକେତ ଦେଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ନକାରାତ୍ମକ ଶକ୍ତି ଯୋଗୁଁ ଘରର ବାସ୍ତୁ ପ୍ରଭାବିତ ହୋଇଥାଏ। ଘରେ ବାଦୁଡ଼ି ପ୍ରବେଶ କଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ପୁରାଣରେ ମଧ୍ୟ ବାଦୁଡ଼ି ସମ୍ପର୍କରେ କୁହାଯାଇଛି। ବାଦୁଡ଼ିକୁ ପୁରାଣରେ ମଧ୍ୟ ଅଶୁଭ ପକ୍ଷୀ ବୋଲି କୁହାଯାଇଛି। ଘରକୁ ବାଦୁଡ଼ି ଆସିବା ଅଶୁଭ ବୋଲି କୁହାଯାଏ।

ଘରକୁ ବାଦୁଡ଼ି ପ୍ରବେଶ କରିବା ଆର୍ଥିକ ସମସ୍ୟା ଆଡକୁ ମଧ୍ୟ ଇସାରା କରିଥାଏ। ଋଣ ସମସ୍ୟା, ଧନ ହାନି ଆଦି ହୋଇଥାଏ। ଯଦି ଘରକୁ ପ୍ରତିଦିନ ବାଦୁଡ଼ି ପ୍ରବେଶ କରୁଥାଏ ତାହେଲେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ। ଧନ ସମ୍ବନ୍ଧରେ ବିଶେଷ ସତର୍କ ରହିବା ଉଚିତ।

ଘରେ ବାଦୁଡ଼ି ଦେଖାଦେଲେ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଓ କଳହ ଦେଖାଦେଇଥାଏ। ଦାମ୍ପତ୍ୟ ଜୀବନରେ ମଧ୍ୟ ସମସ୍ୟା ନେଇ ସଂକେତ ଦେଇଥାଏ। ଏହା ଗମ୍ଭୀର ରୋଗର ମଧ୍ୟ ସଂକେତ ଦେଇଥାଏ। ବିଜ୍ଞାନ ଅନୁଯାୟୀ, ବାଦୁଡ଼ି ପରରେ ଅନେକ ପ୍ରକାର ଘାତକ ବ୍ୟାକ୍ଟେରିଆ ରହିଥାଏ ଯାହାଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ। ସେଥିପାଇଁ ଘରେ ବାଦୁଡ଼ି ପ୍ରବେଶ କଲେ ଘରକୁ ସ୍ୱଚ୍ଛ କରିବା ଉଚିତ। ତେବେ ବାଦୁଡ଼ିକୁ ମଧ୍ୟ ହାନି ପହଞ୍ଚାଇବା ଉଚିତ ନୁହେଁ।

   Related Posts