୧୮ ବର୍ଷରୁ ଚାଲିଥିଲା ମାମଲାର ଶୁଣାଣି: କିନ୍ତୁ ମୃତ୍ୟୁର ୨୧ ମାସ ପରେ କୋର୍ଟ କରିଥିଲେ ଦୋଷ ମୁକ୍ତ

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦/୧୦ : ସାରା ଜୀବନର ଦୁର୍ନୀତି ଅଭିଯୋଗକୁ ନିଜ କପାଳରେ ଧରି ବୁଲୁଥିଲେ। ସେ ଜୀବନ ସାରା ସମସ୍ତ ସମସ୍ୟାକୁ ଭୋଗିଥିଲେ କିନ୍ତୁ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିଲେ। ହେଲେ ସର୍ବଶେଷରେ, ସେ ନିଜ ଉପରେ ଲାଗିଥିବା ଏହି ଦୋଷକୁ ନେଇ ଦୁନିଆ ଛାଡିଥିଲେ । ମୃତ୍ୟୁର ୨୧ ମାସ ପରେ, ସେ ନିର୍ଦ୍ଦୋଷ ବୋଲି କୋର୍ଟର ନିଷ୍ପତ୍ତି ଆସିଲା।ହେଲେ ଦୁନିଆରୁ ସବୁ ଦିନ ପାଇଁ ବ୍ୟକ୍ତି ଟି ଚାଲି ଯାଇଥିଲା ।

ଯେଉଁଠାରେ ଜଣେ ବ୍ୟକ୍ତି ଦୁର୍ନୀତିର କବଳରୁ ମୁକ୍ତି ପାଇବା ପାଇଁ ନିଜ ଜୀବନ ପାଇଁ ସଂଗ୍ରାମ ଜାରି ରଖିଥିଲେ, କିନ୍ତୁ ନ୍ୟାୟ ମିଳିଲା ନାହିଁ। ବର୍ତ୍ତମାନ କୋର୍ଟ ତାଙ୍କ ନିଷ୍ପତ୍ତିରେ ତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି । କିନ୍ତୁ ରାୟର ୨୧ମାସ ପୂର୍ବରୁ ବ୍ୟକ୍ତି ଜଣକ ମୃତ୍ୟୁ ବରଣ କରିଛନ୍ତି। ଏହି ମାମଲାର ଶୁଣାଣି ଗତ ୧୮ ବର୍ଷ ଧରି ଚାଲିଥିଲା।

ତେବେ ସୂଚନା ଅନୁଯାୟୀ ଏହି ମାମଲା ଛତିଶଗଡର ଦୁର୍ଗ ଜିଲ୍ଲାର ଶିବ ପ୍ରସାଦଙ୍କର ଥିଲା। ୧୯୯୯ ମସିହାରେ, ଶିବ ପ୍ରସାଦଙ୍କୁ ଫରେଷ୍ଟ ବିଡ୍ ଗାର୍ଡ ଭାବରେ ପୋଷ୍ଟ କରାଯାଇଥିଲା। ଦିନେ କାଠ ଚୋରି ହେବାର ସୂଚନା ପାଇ ସେ ଘଟଣାସ୍ଥଳରେ ପହଞ୍ଚି କାଠ ଜବତ କରିଥିଲେ। ପରେ ଅଭିଯୁକ୍ତ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କି ସେ ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଦାଲତରେ ଏହି ମାମଲାର ଶୁଣାଣି କରାଯାଇଥିଲା ଏବଂ ଶିବ ପ୍ରସାଦ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦଣ୍ଡିତ କରାଯାଇଥିଲା

କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ଶିବ ପ୍ରସାଦ ୨୦୦୩ ମସିହାରେ ହାଇକୋର୍ଟରେ ଆବେଦନ କରିଥିଲେ। ସେଠାରେ ଏହି ମାମଲାର ଶୁଣାଣି ଜାରି ରହିଥିଲା। ଏହି ସମୟରେ ଆବେଦନକାରୀ ଏବଂ ତାଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଡିସେମ୍ବର ୨୦୧୯ ରେ ଶିବ ପ୍ରସାଦଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ୨୦୨୧ ମସିହାରେ କୋର୍ଟ ଶିବ ପ୍ରସାଦଙ୍କ ସମସ୍ତ ଦୋଷରୁ ମୁକ୍ତ କରିଥିଲେ। ଶିବ ପ୍ରସାଦଙ୍କୁ ନ୍ୟାୟ ମିଳିଛି, କିନ୍ତୁ ଯେଉଁଥିପାଇଁ ସେ ଏତେ ଦିନ ଧରି ନିଜକୁ ନିର୍ଦ୍ଦୋଷ କରିବା ପାଇଁ ଚାହୁଁଥିଲେ ହେଲେ ସେ ଏହାକୁ ଦେଖିବା ପାଇଁ ଜୀବିତ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.