କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ବାତାୟନ ଶିଖର ସମ୍ମାନ

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ,୨୨/୧୧:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ବାତାୟନ ଶିଖର ସମ୍ମାନରେ ସମ୍ମାନିତ କରାଯାଇଛି । ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଶଙ୍କଙ୍କୁ ମିଳିଛି ଏହି ସମ୍ମାନ ।

ନିଶଙ୍କ ୭୫ରୁ ଅଧିକ ପୁସ୍ତକ ଲେଖିସାରିଛନ୍ତି । ସେଥିମଧ୍ୟରୁ ଅନେକଗୁଡ଼ିଏ ପୁସ୍ତକକୁ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇସାରିଛି । ତାଙ୍କ ପୂର୍ବରୁ ନିଦା ଫାଜଲୀ, ରାଜେଶ ରେଡ୍ଡୀ, କୁଅଁର ବେଚେନ୍, ଅନୀଲ ଯୋଶୀ, ଜାଭେଦ ଅଖତର ଓ ପ୍ରସୂନ ଯୋଶୀଙ୍କୁ ବାତାୟନ ସମ୍ମାନ ମିଳିସାରିଛି । ପ୍ରସିଦ୍ଧ ଭାଷାବିତ୍ ସତ୍ୟେନ୍ଦ୍ର ପ୍ରସାଦ ମହାନ କବି ୱିଲିୟମ ବ୍ଲେକ୍ଙ୍କ ଜନ୍ମଦିନ ଉପଲକ୍ଷେ ଏହି ସମ୍ମାନ ପ୍ରଦାନ ଆରମ୍ଭ କରିଥିଲେ ।

ଏହି ସମ୍ମାନର ସ୍ଥାପନା ପ୍ରସିଦ୍ଧ ଭାଷା ବୈଜ୍ଞାନିକ ଡା. ସତ୍ୟେନ୍ଦ୍ର ପ୍ରସାଦ ମହାନ କବି ଓ୍ୱିଲିୟମ ବ୍ରାକଙ୍କ ଜନ୍ମଦିନ ଅବସରରେ କରିଥିଲେ । ବାତାୟନ-ୟୁକେ ସଂସ୍ଥା ଦ୍ୱାରା ଏହି ଅନ୍ତରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥାଏ ।

ଶିକ୍ଷାମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି ଯେ, ନିଶଙ୍କ ୭୫ରୁ ଅଧିକ ବହି ଲେଖିଛନ୍ତି । ଯାହାକୁ ଅନେକ ଭାଷାରେ ଅନୁବାଦ କରାଯାଇଛି । କେବଳ ଏତିକି ନୁହେଁ, ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିର ପ୍ରଶଂସା ମଧ୍ୟ ଦେଶ ଓ ବିଦେଶରେ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.