ବ୍ରିସବେନ ଟେଷ୍ଟରେ କେବଳ ଚାରି ଆଙ୍ଗୁଠିରେ ଧରିଥିଲେ ବ୍ୟାଟ୍, ଯନ୍ତ୍ରଣା ପରେ ବି ସଂଘର୍ଷ କରିଥିଲେ ପୂଜାରା

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮।୦୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟରେ ଖେଳା ଯାଇଥିବା ଫାଇନାଲ ମୁକାବିଲା ମୁକାବିଲାର ପଞ୍ଚମ ଦିନରେ ଭାରତୀୟ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ୫୬ ରନର ସାହସିକ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପୂଜାରାଙ୍କ ଶରୀରକୁ ଲଗାତାର ଟାର୍ଗେଟ୍ କରିଥଲେ। ହେଲେ ସେ ଚଟାଣ ପରି ଛିଡା ହୋଇ ରହିଥିଲେ। ପୂଜାରାଙ୍କ ଶରୀରରେ ୧୧ଟି ବଲ୍‌ ବାଜିଥିଲା ଏବଂ ଯନ୍ତ୍ରଣା ପରେ ବି ସେ ବ୍ୟାଟିଂ କରୁଥିଲେ। ସଟ୍‌ ପିଚ୍‌ ବଲକୁ ସମ୍ମୁଖୀନ ହୋଇ ପ୍ରତିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ।

କେତେବେଳେ ବଲ୍‌ ତାଙ୍କ ହେଲମେଟ୍‌ରେ ତ କେତେବେଳେ ତାଙ୍କ ଗ୍ଲୋଭ୍ସରେ ଏବଂ ଆଙ୍ଗୁଠିରେ ବାଜିଥିଲା। ହେଲେ ତିଳେ ମାତ୍ର ଅବିଚଳିତ ହୋଇନଥିଲେ। ଦମଦାର ଅର୍ଦ୍ଧଶତକ ହାସଲ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।

{"id":400139,"sizeSlug":"large","linkDestination":"none"}

ପୂଜାରା ଏବେ ଉକ୍ତ ଇନିଂସ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଆହତ ଆଙ୍ଗୁଠି ସହିତ ବ୍ୟାଟିଂ କରିବା ସହଜ ନଥିଲା। ସିଡନୀ ଓ ବ୍ରିସବେନ ଉଭୟ ଟେଷ୍ଟ ମ୍ୟାଚ୍‌ରେ ସେ ଆହତ ଆଙ୍ଗୁଠି ସହିତ ବ୍ୟାଟିଂ କରିଥିଲେ। ସେ କହିଛନ୍ତି ଗାବା ଟେଷ୍ଟରେ ଯେବେ ବଲ୍ ଆଙ୍ଗୁଠିରେ ଦ୍ଵିତୀୟ ଥର ବାଜିଲା  ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଯନ୍ତ୍ରଣା ଏତେ ବଢିଥିଲା ଯେ ସେ ଠିକ୍‌ରେ ବ୍ୟାଟ୍ ମଧ୍ୟ ଧରି ପାରୁନଥିଲେ। ପୂଜାରା କହିଛନ୍ତି, ଚାରି ଆଙ୍ଗୁଠିରେ କଷ୍ଟରେ ବ୍ୟାଟ୍ ଧରିଥିଲେ।

{"id":400140,"width":576,"height":432,"sizeSlug":"large","linkDestination":"none"}

ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ପୂଜାରା କହିଛନ୍ତି, ଆଙ୍ଗୁଠିରେ ଆଘାତ କାରଣରୁ ମୋ ପାଇଁ ବ୍ୟାଟିଂ କରିବା ସେତେଟା ସହଜ ନଥିଲା। ମୋତେ ବହୁତ ଯନ୍ତ୍ରଣା ହେଉଥିଲା। ସିଡନୀ ଓ ବ୍ରିସବେନ ଟେଷ୍ଟରେ ବ୍ୟାଟିଂ ବେଳେ ବ୍ୟାଟ୍‌ ଧରିବା ମୁସ୍କିଲ ଥିଲା। ପୁଣି ବ୍ରିସବେନ ଟେଷ୍ଟରେ ଯେବେ ବଲ୍ ବାଜିଲା ଯନ୍ତ୍ରଣା ଆହୁରି ବଢି ଯାଇଥିଲା। ଶେଷରେ ଚାରି ଆଙ୍ଗୁଠିରେ ବ୍ୟାଟିଂ କରିବାକୁ ପଡିଥିଲା। ଏହା ସ୍ଵାଭାବିକ ନଥିଲା, ମାତ୍ର ଶେଷରେ ସବୁ କିଛି ଠିକ୍ ହୋଇ ଯାଇଥିଲା।

ପୂଜାରା କହିଛନ୍ତି, ମ୍ୟାଚ୍‌ର ପରିସ୍ଥିତିକୁ ଦେଖି ସେ ଅଷ୍ଟ୍ରେଲିଆକୁ ଓ୍ଵିକେଟ୍ ଦେବାକୁ ଚାହୁଁନଥିଲେ। କାରଣ ଭାରତୀୟ ମଧ୍ୟକ୍ରମ ଉପରେ ଚାପ ପଡିଥାନ୍ତା। ପୂଜାରା ସ୍ଵୀକାର କରିଛନ୍ତି ଯେ, ସେ ପୁଲ୍‌ ସଟ୍‌ ଭଲ ଭାବେ ଖେଳି ପାରନ୍ତି ନାହିଁ। ଏହି କାରଣରୁ ସେ ଆକ୍ରାମକ ସଟ୍ ଖେଳି ଆଉଟ୍ ହେବାକୁ ଚାହୁଁନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.