ସଚିନ ଜିତିଲେ: ବ୍ୟାଟ୍ ନିର୍ମାତା ଅଷ୍ଟ୍ରେଲୀୟ କମ୍ପାନୀ ସ୍ପାର୍ଟାନ ମାଗିଲା କ୍ଷମା, ମାମଲା ରଫାଦଫା

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ, ୧୫|୦୫ : ଚୁକ୍ତି ଖିଲାପ ମାମଲାରେ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବ୍ୟାଟ୍ ନିର୍ମାତା କମ୍ପାନୀ ସ୍ପାର୍ଟାନ୍ ବିପକ୍ଷରେ ନିଜ ମାମଲା ପ୍ରତ୍ୟାହାର କରିନେଇଛନ୍ତି । କମ୍ପାନୀ କ୍ଷମା ମାଗିବା ପରେ ସଚିନ ଏହି ମାମଲା ପ୍ରାତ୍ୟାହାର କରିନେଇଥିଲେ ।

୨୦୧୬ରେ ସଚିନ ତେନ୍ଦୁଲକର ସ୍ପାର୍ଟାନ୍ କମ୍ପାନୀର ପ୍ରମୋସନ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିଲେ । ତେବେ ସଚିନ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଠିକ ଭାବେ ଅର୍ଥ ପଇଠ କରିନଥିଲା । ବ୍ରାଣ୍ଡର ପ୍ରମୋସନ ପରେ ବି ସଚିନଙ୍କୁ ଅର୍ଥ ମିଳିନଥିଲା ।

ଏହି ଘଟଣାରେ କମ୍ପାନୀର ସିଇଓ ଲେସ୍ ଗୋଲବ୍ରେଥ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସ୍ପାର୍ଟାନ ନିଜ ଦାୟିତ୍ୱ ତୁଲାଇବା ସହ ଚୁକ୍ତି ପାଳନରେ ବିଫଳ ହୋଇଛି । ତେଣୁ କମ୍ପାନୀ ସଚିନଙ୍କୁ କ୍ଷମା ପ୍ରାର୍ଥନା କରୁଛି । ସଚିନ ମଧ୍ୟ କମ୍ପାନୀକୁ କ୍ଷମା କରି ଏହି ମାମଲାକୁ ସମାଧାନ କରନ୍ତୁ ବୋଲି ଅନୁରୋଧ କରାଯାଇଛି । ଚୁକ୍ତିର ଅବଧି ଶେଷ ହେବା ପରେ ମଧ୍ୟ କମ୍ପାନୀ ସଚିନଙ୍କ ନାଁ ଓ ଫଟୋକୁ ବ୍ୟବହାର ଜାରି ରଖିଥିଲା । ସଚିନ ମୁମ୍ବାଇ, ଲଣ୍ଡନ ସମେତ ଅନେକ ସହରରେ ସ୍ପାର୍ଟାନର ପ୍ରମୋସନ କରିଥିଲେ ।

ସୂଚନାଯୋଗ୍ୟ, ସଚିନ ସ୍ପାର୍ଟାନ୍ କମ୍ପାନୀର ନିର୍ଦ୍ଦେଶକ କୃଣାଳ ଶର୍ମା ଓ ଗାଲବ୍ରେଥଙ୍କ ବିରୋଧରେ ଚୁକ୍ତି ଖିଲାପ କରିବା, ଦାୟିତ୍ୱ ପାଳନ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.