Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କରୋନା ଭାଇରସ ପଛରେ ଉହାନ ଲ୍ୟାବ୍ ! ଗୁମ୍ଫା ଭିତରେ ହାତକୁ କାମୁଡିଥିଲା ବାଦୁଡି, ଶେଷରେ ସତ ମାନିଲେ ଚୀନ ଗବେଷକ

18/01/2021 at 11:07 AM

ବେଜିଂ,୧୮/୦୧: ଶେଷରେ ସତ ମାନିଲେ ଚୀନ ଗବେଷକ । ଗବେଷଣା ବେଳେ କାମୁଡି ଥିଲା ବାଦୁଡି । ଚୀନ୍‌ର ଉହାନର ‘ଇନଷ୍ଟିଚ୍ୟୁଟ୍‌ ଅଫ ଭାଇାରୋଲୋଜି’ ଗତ ବର୍ଷେ ହେଲା ଚର୍ଚ୍ଚାରେ ରହିଆସୁଛି । କରାଣ ଏଠାରୁ ହିଁ ମାରାତ୍ମକ କରୋନା ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି ।

ଏହି ଲ୍ୟାବରୁ କରୋନା ଭାଇରସ ଲିକ୍‌ ହୋଇଥିବା କିଛି ମହଲରୁ ଦାବି ହେଉଛି । ଏବେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଅନେକ ଗୁମର ଖୋଲିଛି । ରିପୋର୍ଟରେ ଦର୍ଶାଯାଇଛି କି, ଉକ୍ତ ଲ୍ୟାବର ଜଣେ ଗବେଷକ ଏକ ଗୁମ୍ଫା ଭିତରେ ପଶି ବାଦୁଡ଼ିଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ଏକ ବାଦୁଡି ତାଙ୍କୁ କାମୁଡ଼ି ଦେଇଥିଲା । ଗବେଷକଜଣଙ୍କ ନିଜେ ଏହା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ବାଦୁଡିକୁ ଧରିବାକୁ ଉଦ୍ୟମ କଲାବେଳେ ସିଏ ତାଙ୍କ ହାତକୁ ଏମିତି କାମୁଡ଼ି ଦେଇଥିଲା ଯେ ତାଙ୍କ ରବର ଗ୍ଲୋଭସ ଦେଇ କେହି ମୋଟା ଛୁଞ୍ଚି ଫୋଡି ଦେଲା ଭଳି ତାଙ୍କୁ ଲାଗିଥିଲା।

ସେହିପରି ୨୦୧୭ରେ ଚୀନ୍‌ର ଏକ ସରକାରୀ ଟିଭିରେ ପ୍ରସାରିତ ଏକ ଭିଡିଓରେ ଏହି ପ୍ରତିଷ୍ଠାନର ଗବେଷକମାନେ ବିନା ମାସ୍କ ଓ ଗ୍ଲୋଭସରେ ବାଦୁଡ଼ିଙ୍କୁ ଧରୁଥିବାର ଦେଖିବାକୁ ମିଳିଛି । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଚଳିତ ନିୟମର ବିରୁଦ୍ଧାଚରଣ କରୁଛି । ଏସବୁ ତଥ୍ୟ ଆସିବା ପରେ କରୋନା ସଂକ୍ରମଣ ପଛରେ ଉକ୍ତ ପ୍ରତିଷ୍ଠାନର ଭୂମିକା ଜାଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଦନ୍ତକାରୀ ଟିମ୍‌ ଉପରେ ଚାପ ବୃଦ୍ଧିପାଇବ ବୋଲି ଅନେକ ବିଶେଷଜ୍ଞ କହିଛନ୍ତି ।

   Related Posts