ବସୁନ୍ଧରା ବର୍ତ୍ତିଗଲେ , ତାଙ୍କ ରକ୍ତ ନମୁନା ନେଗେଟିଭ୍ : କିନ୍ତୁ ଆସିନି ପୁଅ ଦୁଷ୍ୟନ୍ତଙ୍କ କରୋନା ରିପୋର୍ଟ
21/03/2020 at 4:20 PM

ଜୟପୁର ୨୧।୦୩: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ରକ୍ତ ନମୁନା ସ୍ୱାବ୍ ପରୀକ୍ଷଣ ହୋଇଥିଲା । ବସୁନ୍ଧର ପରୀକ୍ଷା ରିପୋର୍ଟ ବର୍ତ୍ତମାନ ଆସିଛି | ରିପୋର୍ଟ ବର୍ତ୍ତମାନ ନେଗେଟିଭ୍ ଥିବା ଜଣାପଡିଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗାୟିକ କନିକା କପୁରଙ୍କ ପାର୍ଟିରେ ବସୁନ୍ଧରା ଯୋଗ ଦେଇଥିଲେ । କନିକା କପୁର କରୋନ ପଜିଟିଭି ରିପୋର୍ଟ ଆସିବା ପରେ ନିଜକୁ ହୋମ ଆଇସୋଲେସନରେ ରଖିଥିଲେ ବସୁନ୍ଧରା ରାଜେ ।
ଗାୟିକା କନିକା କପୁର ଲଣ୍ଡନରୁ ଫେରିବା ପରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ପାର୍ଟି ଆୟୋଜନ କରିଥିଲେ । କନିକା ଲଣ୍ଡନରୁ ଫେରିବା ପରେ ପ୍ରଶାସନକୁ ଜଣାଇ ନଥିଲେ କିମ୍ବା କୌଣସି ଗାଇଡ ଲାଇନ ମଧ୍ୟ ପାଳନ କରିନଥିଲେ। ନିଜକୁ ଆଇସୋଲେସନରେ ରଖିବା ପରିବର୍ତ୍ତେ ସେ ଲକ୍ଷ୍ନୌର ହୋଟେଲ ତାଜ ଓ ତାଙ୍କ ଆପାର୍ଟମେଣ୍ଟରେ ପାର୍ଟି ଦେଇଥିଲେ। ଏହି ପାର୍ଟିରେ ୩୦୦ରୁ ଅଧିକ ଅତିଥି ଯୋଗଦେଇଥିଲେ। ଏହି ଅତିଥୀଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁତ୍ର ଦୁଷ୍ୟନ୍ତ ଓ ଅନେକ ସାଂସଦ, ନେତା, କଳାକାର ସାମିଲ ଥିଲେ। ପରେ କନିକାକଙ୍କ ରକ୍ତା ସ୍ୱାବ ପରୀକ୍ଷା ହୋଇଥିଲା । ଏବଂ ରିପୋର୍ଟରେ ସେ ପଜିଟିଭ ଥିବା ଜଣାପଡିଛି । ଏହା ଶୁଣି ପାର୍ଟିରେ ସମସ୍ତ ଅତିଥି ଛାନିଆ ହୋଇଯାଇଥିଲେ । ଏବଂ ପାର୍ଟିରେ ଉପସ୍ଥିତ ଥିବା ବସୁନ୍ଧରା ରାଜେ ଓ ତାଙ୍କୁ ପୁତ୍ର ତଥା ସାଂସଦ ଦୁଷ୍ମନ୍ତ ନିଜକୁ ହୋମ ଆଇସୋଲେସନରେ ରଖିଥିଲା। ତେବେ ବସୁନ୍ଧରା ରାଜେଙ୍କ ରକ୍ତ ସ୍ୱାବ ପରୀକ୍ଷା କରାଯାଇଥିଲେ । ଏବଂ ପରୀକ୍ଷଣରେ ସେ ନେଗେଟିଭ୍ ଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ପୁତ୍ର ଦୁଷ୍ୟନ୍ତଙ୍କ ରିପୋର୍ଟ ଆସିନାହିଁ । କାରଣ ପୁଅ ଦୁଷ୍ୟନ୍ତ ପାର୍ଟିରୁ ଫେରିବା ପରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ।