ଇନ୍ଦିରା ଆବାସ ଫଣ୍ଡରୁ ୨୦ଲକ୍ଷ ଟଙ୍କା ହଡପ ଅଭିଯୋଗ, ବାସୁଦେବପୁର ବ୍ଲକ୍ ହେଡ୍ କ୍ଲର୍କ ନିଲମ୍ବିତ

Published By : Prameya-News7 Bureau | September 14, 2021 IST

ବାଲେଶ୍ବର ୧୪।୯: ଶେଷରେ ଭିଜିଲାନ୍ସ ହାତରେ ବନ୍ଧା ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନିଲମ୍ବିତ ହେଡ୍ କ୍ଲର୍କ ପ୍ରଭାକର ପ୍ରଧାନ । ତାଙ୍କ ପତ୍ନୀ ନିତୁ ପ୍ରଧାନ ଓ ତାଙ୍କ ଶଳାଙ୍କ ସାଙ୍ଗ ରଞ୍ଜନ ସାହାଣୀକୁ ବି ଭିଜିଲାନ୍ସ ଗିରଫ କରିଛି ।

ପ୍ରଭାକର ପ୍ରଧାନ ତିହିଡି ବ୍ଲକରେ କ୍ୟାସିୟର ଥିବାବେଳେ ଇନ୍ଦିରା ଆବାସ ଫଣ୍ଡରୁ ୨୦ ଲକ୍ଷ ୨୫ ହଜାର ଟଙ୍କା ତାଙ୍କ ମା’, ପତ୍ନୀ, ଶଳା ଓ ଶଳାଙ୍କ ସାଙ୍ଗ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା । ତାଙ୍କ ଶଳା ଫେରାର ଥିବାବେଳେ ମା’ଙ୍କ ବୟସ ଅଧିକ ହେତୁ ଭିଜିଲାନ୍ସ ତାଙ୍କୁ ଗିରଫ କରିନାହିଁ । ବାଲେଶ୍ବର ସହରର ନିଳିଆବାଗରେ ଥିବା ତାଙ୍କ ୪ ମହଲା କୋଠାଘରକୁ ଭିଜିଲାନ୍ସ ଆଟାଚ୍ କରିଥିବା ବେଳେ ଏଲଆଇସିରେ ଜମା ଥିବା ୩୦ ଲକ୍ଷ ଟଙ୍କା, ପତ୍ନୀଙ୍କ ନାଁରେ ଥିବା ଫିକ୍ସ୍ ଡିପୋଜିଟକୁ ଭିଜିଲାନ୍ସ ଜବତ କରିଛି । ଏହି ମାମଲରେ ଅଡିଟ୍ ଅଭିଯୁକ୍ତ ପ୍ରଭାକରକୁ କ୍ଲିନଚିଟ୍ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.