ଜିଲ୍ଲା ହସ୍ପିଟାଲରେ ନର୍ସଙ୍କ ଭିଡିଓ ଭାଇରାଲ : ଲୁଚି ଲୁଚି ଟଙ୍କା ନେଉଥିବାବେଳେ ଧରାପଡ଼ିଲେ ,ଭିଡିଓ ଭାଇରାଲ

Published By : Prameya-News7 Bureau | November 26, 2019 IST

ବସ୍ତି ୨୬/୧୧: ବସ୍ତି ଜିଲ୍ଲା ହସ୍ପିଟାଲର ଶିଶୁ ଓ୍ବାର୍ଡ଼ରେ ରୋଗୀଙ୍କ ସମ୍ପର୍କୀୟଙ୍କଠୁ ଟଙ୍କା ନେବାବେଳେ ଜଣେ ନର୍ସଙ୍କ ଭିଡିଓ ଗତ ରବିବାର ରାତିରେ ସୋଶିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି। ଗତକାଲି ମାମଲାର ଯାଞ୍ଚ କରିବା ପାଇଁ ଏଡିଏମଙ୍କ ନେତୃତ୍ବରେ ପ୍ରଶାସନିକ ଟିମ୍ ଜିଲ୍ଲା ହସ୍ପିଟାଲ ସ୍ଥିତ ସିଏମଓ କାର୍ଯ୍ୟାଳୟକୁ ପହଞ୍ଚିଥିଲା। କାର୍ଯ୍ୟାଳୟରେ ଟିମ୍ ଅଭିଯୁକ୍ତା ନର୍ସ ଲଳିତାଙ୍କୁ ପଚରା ଉଚୁରା କରିଥିଲା। ଘଣ୍ଟାଏ ଧରି ପଚରାଉଚୁରା କରିବା ପରେ ଅଭିଯୁକ୍ତା ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଁ କିଛି କହି ପାରିନଥିଲେ। ଜିଲ୍ଲା ହସ୍ପିଟାଲର ଶିଶୁ ଓ୍ବାର୍ଡ଼ର ମୁଖ୍ୟ ସିଷ୍ଟର ଲଳିତାଙ୍କ ଭିଡିଓ ସୋଶିଆଲ ମିଡିଆରେ ରବିବାର ରାତିରେ ଭାଇରାଲ ହୋଇଯାଇଥିଲା। ଏହି ଭିଡିଓକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ ଦେଖାଯାଇଥିଲା।

ଏହା ପରେ ପ୍ରଶାସନିକ ଟିମ୍ ଯାଞ୍ଚ ପାଇଁ ଦ୍ବିପ୍ରହର ସମୟରେ ନର୍ସଙ୍କୁ ଡକାଇଥିଲେ। ଏଡିଏମ୍ ଭାଇରାଲ ଭିଡିଓକୁ ଦେଖାଇ ତାଙ୍କୁ ଟଙ୍କା ନେବାର କାରଣ ପଚାରିଥିଲେ। ଏହାର ଉତ୍ତରରେ ନର୍ସ କହିଥିଲେ ଯେ ସେ ଚା’ ଆଣିବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ପଠାଇଥିଲେ ସେଥିପାଇଁ ଚା’ ଆଣିବା ପରେ ବଳକା ଟଙ୍କା ତାଙ୍କଠୁ ନେଉଥିଲେ।

 ଅନ୍ୟ ଏକ ଭିଡିଓରେ ୧୦୦ଟଙ୍କା ନେଉଥିବା ପ୍ରଶ୍ନରେ ସେ କିଛି ଉତ୍ତର ଦେଇପାରିଲେ ନାହିଁ। ଭିଡିଓରେ ୧୦୦ଟଙ୍କା ମାଗିବା କଥା ଶୁଣାଯାଇଥିଲା।

ଯଦି ଅଭିଯୁକ୍ତା ନର୍ସ ଭାଇରାଲ ଭିଡିଓ ଉପରେ ସ୍ପଷ୍ଟୀକରଣ ନ ଦେଲେ ତେବେ ତାଙ୍କ ବିରୋଧରେ ପ୍ରଶାସନିକ ଟିମକୁ ଲିଖିତ ଅଭିଯୋଗ ଦିଆଯିବ। ନର୍ସଙ୍କୁ ସୁଯୋଗ ଦିଆଯାଇଛି ଯେ ସେ ଭିଡିଓରେ ସାମନାକୁ ଆସୁଥିବା ଲୋକଙ୍କୁ ପ୍ରଶାସନ ସାମନାରେ ଉପସ୍ଥିତ କରାଯାଉ ଯାହା ଫଳରେ ଘଟଣା ବିଷୟରେ ସତ୍ୟାସତ୍ୟ ଜଣାପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.