Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଏବେ ବି ଅଶାନ୍ତ ସିଲଗଡ : ଜିଦରେ ଅଟଳ ଆଦିବାସୀ, ପିଲା ଓ ଛୁଆଙ୍କୁ ଧରି ସିଆରପିଏଫ କ୍ୟାମ୍ପ ଘେରାଉ

19/05/2021 at 12:04 PM

ମାଲକାନଗିରି ୧୯/୫ : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଫେରିନି ଶାନ୍ତି । ଗତ ଦୁଇ ଦିନ ଧରି ସିଲଗଡ ସି.ଆର.ପି.ଏଫ କ୍ୟାମ୍ପକୁ ଘେରାଓ କରି ରହିଛନ୍ତି ହଜାର ହଜାର ଆଦିବାସୀ । ଦୀର୍ଘ ୪୮ ଘଣ୍ଟାରୁ ଅଧିକ ସମୟ ଧରି ମୁହାଁ ମୁହିଁ ପରିସ୍ଥିତିରେ ରହିଛନ୍ତି ଯବାନ ଓ ସ୍ଥାନୀୟ ଆଦିବାସୀ । ଏପରିକି ନିଜର ଛୋଟ ଛୋଟ ପିଲା ଛୁଆଙ୍କୁ ନେଇ ଦିନ ରାତି କ୍ୟାମ୍ପ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ଆଦିବାସୀ ଲୋକେ ।

ସୂଚନା ଥାଉକି, ପୋଲିସ ଗୁଳିରେ ୯ ଜଣ ଆଦିବାସୀ ଯୁବକ ପ୍ରାଣ ହରାଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ, ବସ୍ତର ଆଇ.ଜି ପି. ସୁନ୍ଦର ରାଜ ଏକଥା ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଯେ ଯବାନଙ୍କ ଗୁଳିରେ ଯେଉଁମାନେ ପ୍ରାଣ ହରାଇଛନ୍ତି, ସେମାନେ ହେଉଛନ୍ତି ମାଓ ସଂଗଠନ ମିଲିସିଆ ସଦସ୍ୟ । କାରଣ ସେମାନଙ୍କ ଠାରୁ ଯବାନମାନେ ୩ଟି ପିସ୍ତଲ ଜବତ କରିଛନ୍ତି ।

ସିଲଗଡ ଠାରେ ନୁତନ ଭାବେ ସ୍ଥାପନ ହୋଇଥିବା ସି.ଆର.ପି.ଏଫ କ୍ୟାମ୍ପକୁ ଗତ କିଛି ଦିନ ଧରି ବିରୋଧ କରି ଆସୁଛନ୍ତି ମାଓବାଦୀ । ସ୍ଥାନୀୟ ଆଦିବାସିଙ୍କୁ ଢାଲ କରି ପଛପଟୁ ହାମଲା କରୁଛନ୍ତି ନକ୍ସଲ ପନ୍ଥୀ । ହେଲେ ସ୍ଥାନୀୟ ଆଦିବାସି ଲୋକେ କିନ୍ତୁ ଏହାକୁ ମାନିବା ଲାଗି ନାରାଜ । ସେମାନଙ୍କ କହିବା ଅନୁଯାଯୀ ନିଜର ଜଙ୍ଗଲ ଜମିର ସୁରକ୍ଷା ଲାଗି ଲଢେଇ କରିବାକୁ ଆସିଥିଲେ ଆଦିବାସୀ । ହେଲେ ପୋଲିସ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲା ।

ଗତ ୫ ଦିନ ଧରି ସିଲଗଡରେ ଯୁଦ୍ଧ ଭଳି ପରିସ୍ତିତି ଲାଗି ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ୟାମ୍ପରେ ପ୍ରାୟ ୫ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ସେପଟେ ଏହି ଘଟଣାକୁ ବିରୋଧ କରି ଆସନ୍ତା ୨୧ ତାରିଖ ଦିନ ସୁକମା ଓ ବିଜାପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ଦଣ୍ଡକାରଣ୍ୟ ମାଓ ସଂଗଠନ ।

   Related Posts