'ବାସୁମତି'କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି, କ'ଣ ବାସୁମତି ଭାରତର ହେବ ?

Published By : Prameya-News7 Bureau | January 28, 2021 IST

ଇସ୍‌ଲାମାବାଦ, ୨୮/୧ : ଭାରତ ଏବଂ ଏହାର ଚିର-ପ୍ରତିଦ୍ୱନ୍ଦୀ ରାଷ୍ଟ୍ର ପାକିସ୍ତାନ ମଧ୍ୟରେ ପୁଣି ଏକ ତିକ୍ତତା ସୃଷ୍ଟି ହୋଇଛି । ଏହି ତିକ୍ତତା ପୂର୍ବରୁ ଥିବା ଖେଳ, ରାଜନୀତି ଏବଂ କୂଟନୀତି ସମେତ ପ୍ରାୟ ସବୁ କ୍ଷେତ୍ର ଠାରୁ ଅଲଗା ହୋଇଥିବା ଜଣାପଡ଼ିଛି । କିନ୍ତୁ ଏବେ ଏହା ବାସୁମତି ଚାଉଳକୁ ନେଇ ସୃଷ୍ଟି ହୋଇଛି ।

ପାକିସ୍ତାନ ପୂର୍ବରୁ ବାସୁମତି ଚାଉଳକୁ ନେଇ ଜି.ଆଇ. (ଜିଓଗ୍ରାଫିକାଲ ଇଣ୍ଡିକେଟର) ଟ୍ୟାଗ୍ ହାସଲ୍ କରିସାରିଛି । ଯାହାକି ବାସୁମତି ଚାଉଳର ଉତ୍ପତି ସ୍ଥଳ ଭାବେ ୟୁରୋପିୟ ସଂଘରେ ପାକିସ୍ତାନ ଦାବି କରିବା ପାଇଁ ତାକୁ ସୁଯୋଗ ଦେବ । କିନ୍ତୁ ଭାରତ ମଧ୍ୟ ଆଇ.ୟୁ. ରେ ଏହି ଆବେଦନ କରିଛି ଯେ, ଭାରତକୁ ମଧ୍ୟ ବାସୁମତିର ଉତ୍ପତି ସ୍ଥଳ ଭାବେ ଘୋଷଣା କରାଯାଉ।

ବିଶେଷ ସୂତ୍ରରୁ ଜଣେ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ୨୬ ଜାନୁଆରୀ ୨୦୨୧ରେ ଏହି ଜିଆଇ ଟ୍ୟାଗ୍ ହାସଲ କରିନେଇଛି । ତେଣୁ ଆଇ.ୟୁ.ରେ ଭାରତ ବିପକ୍ଷରେ ନିଜ ପକ୍ଷ ରଖିବା ପାଇଁ ପାକିସ୍ତାନକୁ ବେଶ୍ ସହାୟକ ହେବ । ବାସୁମତିକୁ ନେଇ ଆଇୟୁରେ ପାକିସ୍ତାନ ନିଜର ଜିଆଇ ଟ୍ୟାଗ୍ କୁ ରେଜିଷ୍ଟର କରି ଭାରତକୁ ଚ୍ୟାଲେଞ୍ଜ ଦେଇଛି ।

ଭାରତ ଭଳି ସେ ମଧ୍ୟ ଆଇୟୁରେ ସଂରକ୍ଷଣ କରିବା ପାଇଁ ନିଜ ପକ୍ଷ ରଖିବ ବୋଲି ଜଣାପଡ଼ିଛି । ଏହାଛଡ଼ା ଅନ୍ତରାଷ୍ଟ୍ରୀୟ ବଜାରରେ ବାସୁମତିର ମୂଲ୍ୟ ଅଧିକ ରହିଛି । ପାକିସ୍ତାନ ଅପେକ୍ଷା ଭାରତର ବାସୁମତି ଚାଉଳ ଅସଲି ବୋଲି ଭାରତ ଆଇୟୁରେ ଦାବି କରିବା ନେଇ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.