ବୟସ ୧୪ କିନ୍ତୁ ଉଚ୍ଚତା ୭ ଫୁଟ୍ : ଚୀନ୍‌ର ଏହି ବାସ୍କେଟବଲ୍ ଖେଳାଳି ଏବେ ନେଟିଜେନ୍ସଙ୍କ ଫେଭରିଟ୍

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ,୧୬/୦୭:  ବୟସ ମାତ୍ର ୧୪ । କିନ୍ତୁ ଉଚ୍ଚତା ୨.୨୬ ମିଟର । ଏହି ବାସ୍କେଟ୍ ବଲ୍ ଖେଳାଳିଙ୍କୁ ନେଇ ସୋସିଆଲ ମିଡିଆରେ ଚହଳ ପଡିଛି । ଚାଇନାର ଏହି ନାବାଳିକା ଖେଳାଳି ଏବେ ନେଟିଜେନ୍ସଙ୍କ ଆକର୍ଷଣ ପାଲଟିଛନ୍ତି ।

ଏହି ୧୪ ବର୍ଷୀୟ ବାଳିକା ଜଣଙ୍କ ହେଲେ ଝାଙ୍ଗ୍ ଜିୟୁ । ତାଙ୍କ ଉଚ୍ଚତା ୭ ଫୁଟ୍ ୫ ଇଞ୍ଚ୍ । ଭାଇରାଲ ହୋଇଥିବା ଝାଙ୍ଗ୍‌ଙ୍କ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ବାସ୍କେଟ୍ ବଲ୍ କୋର୍ଟରେ ଠିଆ ହୋଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ କିଚି କରିପାରୁ ନାହାଁନ୍ତି । ସହଜରେ ବଲକୁ କୋର୍ଟରେ ପକାଉଛନ୍ତି ଝାଙ୍ଗ୍ । ବହୁତ ସହଜରେ ସେ ବଲକୁ ଧରିପକାଉଛନ୍ତି ।

wp:html /wp:html

ଯେଉଁ ଭିଡିଓ ସବୁ ଭାଇରାଲ ହୋଇଛି ତାହା ଚାଇନା ନ୍ୟାଶନାଲ ଚାମ୍ପିଅନସିପର ଅଟେ । ଯେଉଁଥିରେ ଝାଙ୍ଗଙ୍କ ଟିମ୍ ବିଜୟ ଲାଭ କରିଛି । ଏହି ମୁକାବିଲାରେ ସେ ୪୨ ପଏଣ୍ଟ କରିଥିଲେ । ପଏଣ୍ଟ ମଧ୍ୟରେ ୨୫ଟି ରିବାଉଣ୍ଡ୍ ଥିବା ବେଳେ ୬ଟି ବ୍ଲକ୍ ରହିଥିଲା । ସବୁଠାରୁ ବଡ କଥା ହେଲା ଯେ, ଝାଙ୍ଗଙ୍କ ବାପା-ମାଆ ମଧ୍ୟ ପୂର୍ବତନ ବାସ୍କେଟବଲ୍ ଖେଳାଳି ।

wp:html /wp:html

୧୪ ବର୍ଷୀୟ ଝାଙ୍ଗଙ୍କ ଉଚ୍ଚତା ଚାଇନାର ପ୍ରସିଦ୍ଧ ବାସ୍କେଟ୍ ବଲ୍ ଖେଳାଳି ୟାଓ ମିଙ୍ଗଙ୍କ ଉଚ୍ଚତା ସହ ସମାନ । ୟାଓ ମିଙ୍ଗ୍ ୨.୨୯ ମିଟରର ଅଟନ୍ତି । ସେ ୯ ବର୍ଷ ଧରି ଚାଇନା ତରଫରୁ ଖେଳୁଥିଲେ ।  ସେ ୮ ଥର ଏନବିଏ ଅଲ୍ ଷ୍ଟାର୍ ହୋଇଥିଲେ । ଏହାସହ ତାଙ୍କୁ ୨୦୧୬ରେ ହଲ୍ ଅଫ୍ ଫେମ୍ ରେ ସ୍ଥାନ ମିଳିଥିଲା ।

{"id":481531,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.