Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପରିବାର ହିଁ ସରକାର: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠୁ କୃଷି ଏବଂ ଅର୍ଥ ମନ୍ତ୍ରୀ, ୪ ଭାଇଙ୍କ ହାତରେ ପୂରା ଦେଶ

8/07/2021 at 6:17 PM

ନୂଆଦିଲ୍ଲୀ ୮/୦୭: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ରାଜପକ୍ଷେଙ୍କ ପରିବାରର ଆଉ ଜଣେ ସଦସ୍ୟ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠୁ ନେଇ କୃଷି ଏବଂ ଅର୍ଥ ମନ୍ତ୍ରାଳୟରେ ଚାରି ଭାଇଙ୍କ କବଜା ରହିଛି। କେବଳ ସେତିକି ନୁହେଁ ପରିବାରର ମୋଟ ୭ ଜଣ ସଦସ୍ୟ ସରକାରରେ ଅଛନ୍ତି। ଗୋଟିଏ ଶବ୍ଦରେ କହିବାକୁ ଗଲେ ପରିବାର ହିଁ ସରକାର।

ଶ୍ରୀଲଙ୍କା ରାଜନୀତିରେ ରାଜପକ୍ଷେ ପରିବାରର ଅନ୍ୟ ଜଣେ ସଦସ୍ୟ ବାସିଲ ରାଜପକ୍ଷେ ଗୁରୁବାର ଦିନ ଦେଶର ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ସହ ଶ୍ରୀଲଙ୍କା ରାଜନୀତିରେ ରାଜପକ୍ଷେ ପରିବାରର ଦବଦବା ଆହୁରି ବଢ଼ିଯାଇଛି। ବାସିଲ ରାଜପକ୍ଷେ (୭୦) ଭାଇମାନଙ୍କ ମଧ୍ୟରେ ସବୁଠୁ ସାନ। ତାଙ୍କ ଭାଇ ଗୋଟବାୟା ରାଜପକ୍ଷେ ରାଷ୍ଟ୍ରପତି, ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ, ଚାମାଲ ରାଜପକ୍ଷେ କୃଷି ମନ୍ତ୍ରୀ ଅଛନ୍ତି।

ବାସିଲ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ସରକାରରେ ରାଜପକ୍ଷେ ପରିବାରର ମୋଟ ୭ ଜଣ ସାମିଲ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପାଖରେ ଥିଲା। ବାସିଲ ରାଜପକ୍ଷେ ନୂଆ ଅର୍ଥମନ୍ତ୍ରୀ ହେବା ପରେ ଏବେ ପ୍ରଧାନମନ୍ତ୍ରୀଙ୍କ ପାଖରେ କେବଳ ଆର୍ଥିକ ନୀତି ଏବଂ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ରହିଛି।

ବାସିଲଙ୍କ ପାଖରେ ଉଭୟ ଶ୍ରୀଲଙ୍କା ଏବଂ ଆମେରିକାର ନାଗରିକତା ରହିଛି। ଗତବର୍ଷ ସଂସଦୀୟ ନିର୍ବାଚନ ଲଢ଼ିନଥିବା ବାସିଲ୍‌ ନିର୍ବାଚିତ ସାଂସଦଙ୍କ ରାଷ୍ଟ୍ରୀୟ ସୂଚୀ ମାଧ୍ୟମରେ ସଂସଦ ପହଞ୍ଚିଥିଲେ ।   

   Related Posts