କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ବଢ଼ିବନି ମୂଳ ଦରମା ,ପଦନ୍ନୋତି ମାଧ୍ୟମରେ ସରକାର କରିପାରନ୍ତି ଖୁସି

Published By : Prameya-News7 Bureau | December 26, 2018 IST

ନୂଆଦିଲ୍ଲୀ ୨୬/୧୨- କେନ୍ଦ୍ରୀୟ  ସରକାରୀ କର୍ମଚାରୀଙ୍କର  ବଢ଼ିବନି ମୂଳ  ଦରମା ,ସେଥିପାଇଁ ସରକାର ପଦନ୍ନୋତି ମାଧ୍ୟମରେ କରିପାରନ୍ତି ଖୁସି । ଏହି ଖବର ଶୁଣିବା ପରେ ୧.୧ ସରକାରୀ କର୍ମଚାରୀଙ୍କୁ ଲାଗିଛି ଝଟକା ।

କେନ୍ଦ୍ରୀୟ କର୍ମଚାରୀଙ୍କ ମୂଳ ଦରମା ବଢ଼ିବାକୁ ସରକାର ମନାକରିବା ପରେ ଖୁସି କରିବାକୁ ଦକ୍ଷତା ଭିତ୍ତିରେ ପଦନ୍ନୋତି ପାଇଁ ଚିନ୍ତା କରୁଛନ୍ତି । କେନ୍ଦ୍ରୀୟ କର୍ମଚାରୀ ଆଶା କରୁଥିଲେ ୨୦୧୯ ନିର୍ବାଚନ ପାଇଁ ସରକାର ଦରମା ବଢ଼ାଇବା ନିଷ୍ପତ୍ତିକୁ ଗ୍ରହଣ କରିପାରନ୍ତି । ହେଲେ ସରକାର ସବୁଦିଗକୁ ଆଖିଆଗରେ ରଖି ଏ ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି । କର୍ମଚାରୀଙ୍କ ଦକ୍ଷତାକୁ ନେଇ ଗ୍ରେଡ଼ିଂ କରିବା ପରେ ପଦନ୍ନୋତି ଦେବା କଥା ସରକାର ବିଚାରକୁ ନେଉଛନ୍ତି ।

{"id":67535,"width":594,"height":446}

କେନ୍ଦ୍ରୀୟ କର୍ମଚାରୀ ଫିଟମେଣ୍ଟ ଫେକ୍ଟର ୨.୫୭ ଗୁଣାରୁ ୩.୬୭ ଗୁଣା ବର୍ଦ୍ଧିତ କରିବାକୁ ଦାବୀ କରିଥିଲେ କିନ୍ତୁ ସରକାର ଏ ଦାବୀକୁ ଗ୍ରହଣ କରିନାହାଁନ୍ତି ।ସେହିଭଳି ମୂଳଦରମା ୧୮୦୦୦ ରୁ ୨୬୦୦୦ କରିବାକୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ,ତାକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି । ହେଲେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଯାହା ବ୍ୟବସ୍ଥା ଗ୍ରହଣ କରିବେ ମୋଟାମୋଟି ଭାବେ ଅର୍ଥନୈତିକ ସନ୍ତୁଳନ କଲାପରି ଯୋଜନା ରହିବ । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ରାଧାକ୍ରିଷ୍ଣନ୍ ଏବାବଦରେ ସ୍ଫଷ୍ଟ ଆଭିମୁଖ୍ୟ ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.