ହାଇକୋର୍ଟ ପରିସରରେ ବସବାର୍ ଟ୍ରଙ୍କିଂ ସିଷ୍ଟମ ଉଦଘାଟିତ

Published By : Prameya-News7 Bureau | April 12, 2021 IST

କଟକ,୧୨/୦୪ :  ହାଇକୋର୍ଟ ପରିସରରେ ସୋମବାର ବସବାର୍ ଟ୍ରଙ୍କିଂ ସିଷ୍ଟମ ଓ ଇଲେକ୍ଟ୍ରିକ୍ କଣ୍ଟ୍ରୋଲ ରୁମ୍ ଉଦଘାଟିତ ହୋଇଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡ. ଏସ ମୁରଲିଧର ଏହାକୁ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବିଲ୍ଡିଂ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ସି.ଆର. ଦାଶ ଓ ହାଇକୋର୍ଟ ବିଲ୍ଡିଂ କମିଟି ସଦସ୍ୟ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଏହି ଭର୍ଚୁଆଲ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

{"id":437322,"sizeSlug":"large","linkDestination":"none"}

ଆହୁରି ମଧ୍ୟ ଆଡଭୋକେଟ୍ ଜେନେରାଲ  ଅଶୋକ କୁମାର ପରିଜା, ବରିଷ୍ଠ ଆଇନଜୀବୀ ତଥା ଓଡିଶା ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଜଗବନ୍ଧୁ ସାହୁ, ପୂର୍ତ୍ତ ବିଭାଗ ସଚିବ ଡ. କିଶନ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚ୍ୟୁଆଲ ମାଧ୍ୟମରେ ସାମିଲ ହୋଇଥିଲେ ।

{"id":437318,"sizeSlug":"large","linkDestination":"none"}

କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି କହିଥିଲେ ଯେ, ପୂର୍ବରୁ ଥିବା ସବ୍ ଅପଟିମାଲ୍ ଇଲେକ୍ଟ୍ରିକ୍ ସିଷ୍ଟମକୁ ସିନ୍ଥେଟିକ୍‌ କେବୁଲ ସିଷ୍ଟମରେ ପରିବର୍ତ୍ତନ କରାଯାଇଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା ଥିବା ବସବାର୍ ଟ୍ରଙ୍କିଂ ସିଷ୍ଟମକୁ ଗ୍ରହଣ କରାଯାଇଛି । ଏହାକୁ ପୂର୍ତ୍ତ ବିଭାଗ ସୂଚାର ରୂପେ ବିନା କୋର୍ଟ କାର୍ଯ୍ୟରେ ବାଧାରେ ସମାପ୍ତ କରିଛି ।  ଏହାସହ ବସବାର୍ ଟ୍ରଙ୍କିଂ ସିଷ୍ଟମର କାର୍ଯ୍ୟ ୩୩ ଦିନ ମଧ୍ୟରେ ଶେଷ ହୋଇଥିବା ଏବଂ ସମସ୍ତ ସୁରକ୍ଷାକୁ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ପୂର୍ତ୍ତ ସଚିବ ।

ବସ୍‌ବାର ଟ୍ରଙ୍କିଂ ସିଷ୍ଟମ୍‌ କଣ ?

ବସ୍‌ବାର ଟ୍ରଙ୍କିଂ ସିଷ୍ଟମ୍‌ ହେଉଛି ବିଦ୍ୟୁତ ଶକ୍ତି ବିପଣନ ବ୍ୟବସ୍ଥାର ଏକ ସ୍ବତନ୍ତ୍ର ପଦ୍ଧତି ଯେଉଁଥିରେ କପର ବା ଆଲୁମିିନିୟମ ବସ୍‌ବାର ବ୍ୟବହାର କରାଯାଇଥାଏ ଏବଂ ତାହା ଯେକୌଣସି ବାହ୍ୟ ବସ୍ତୁ ଜନୀତ ବିପଣନ ବ୍ୟବସ୍ଥାକୁ ସୁରକ୍ଷା ଦେଇଥାଏ ।

{"id":437323,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.