ଦୁର୍ନୀତି ଓ ପ୍ରତାରଣା ବିରୋଧରେ ଅକ୍ଟୋବର ୨୭ରୁ ବିଜେପିର ଜନ ଆନ୍ଦୋଳନ, ଆଗ ନିଜ ବିଫଳତା କଥା କୁହ ବୋଲି କହିଲା କଂଗ୍ରେସ

Published By : Prameya-News7 Bureau | October 08, 2018 IST

ଭୁବନେଶ୍ବର୮|୧୦: ଦୁର୍ନୀତି ଓ ପ୍ରତାରଣା ବିରୋଧରେ ଅକ୍ଟୋବର ୨୭ରୁ ନଭେମ୍ବର୩୦ ଯାଏଁ ବିଜେପି କରିବ ଜନ ଆନ୍ଦୋଳନ। ନଭେମ୍ବର ୧ରୁ ନଭେମ୍ବର ୩୦ ବିଜେପି କରିବ ମଧ୍ୟ ଲୋକ ସମ୍ପର୍କ ଯାତ୍ରା ।ପ୍ରତି ରାଜସ୍ବ ଗ୍ରାମ, ବୁଥ ଓ ପଡା ଗ୍ରାମରେ ପଥଯାତ୍ରା କରାଯିବ  ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ଉପଲବ୍ଧିକୁ ନେଇ ଲୋକଙ୍କ ନିକଟତର ହେବାକୁ ଦଳ ଉଦ୍ୟମ କରିବ । ସେହିପରି ଡିସେମ୍ବର ୧ରୁ ଡିସେମ୍ବର ୩୧ ଯାଏଁ ହେବ ପରିବର୍ତ୍ତନ ଯାତ୍ରା ।୧୪୭ ବିଧାନସଭା, ୩୧୪ ବ୍ଲକ ଓ ୧୧୪ ସହରାଞ୍ଚଳରେ ହେବ ପରିବର୍ତ୍ତନ ଯାତ୍ରା । ଉଭୟ ରାଷ୍ଟ୍ରୀୟ ଓ ରାଜ୍ୟ ନେତୃବୃନ୍ଦଙ୍କ ସମନ୍ବୟରେ କରାଯିବ ଏହି ପରିବର୍ତ୍ତନ ଯାତ୍ରା ।ପ୍ରେସମିଟରେ ରାଜ୍ୟ ସଭାପତି ବସନ୍ତ ଏହି ପଣ୍ଡାଙ୍କ ସୂଚନା ଦେଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଦଳର ଏହି ତତ୍ପରତାକୁ କିନ୍ତୁ କଂଗ୍ରେସ ସମାଲୋଚନା କରିଛି । ପିସିସି ସଭାପତି କହିଛନ୍ତି ଯେ, ବିଜେପି ନେତାମାନେ ପଥଯାତ୍ରା କରନ୍ତି କିଛି ନାହିଁ , କିନ୍ତିୁ ପ୍ରଥମେ ନିଜ ବିଫଳତା ବର୍ଣ୍ଣନା କରନ୍ତୁ । ପେଟ୍ରୋଲ ଦର ବୃଦ୍ଧିଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବିଜେପି ଫେଲ ମାରିଛି । ସୂଚନାଯୋଗ୍ୟ ଯେ, ଲୋକଙ୍କ ପାଖରେ ପହଂଚିବା ପାଇଁ ବିଜେଡିର ପଦଯାତ୍ରା ଚାଲିଥିବାବେଳେ କଂଗ୍ରେସର ବସଯାତ୍ରା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.