ବସନ୍ତ ପଞ୍ଚମୀ : ଶୁଭ ମୁହୂର୍ତ୍ତ ଓ କେମିତି କରିବେ ମା' ସରସ୍ବତୀଙ୍କ ପୂଜା ଜାଣନ୍ତୁ: ମୁକ ବଧିରଙ୍କ ପାଇଁ ବିଶେଷ ଦିନ

Published By : Prameya-News7 Bureau | February 08, 2019 IST

ଭୁବନେଶ୍ୱର ୮/୨ : ଆସନ୍ବତା ରବିବାର ଦିନ ସରସ୍ବତୀ ପୂଜା । ବସନ୍ତ ପଞ୍ଚମୀ ଦିନ ମା' ସରସ୍ବତୀଙ୍କୁ ପୂଜା କରାଯାଇଥାଏ | ସରସ୍ବତୀ ପୂଜାର ବିଶେଷ ମହତ୍ୱ ରହିଛି | ମା'ସରସ୍ବତୀଙ୍କୁ ବ୍ରହ୍ମାଙ୍କ ପୁତ୍ରୀ | ମା'ସରସ୍ବତୀ ବିଦ୍ୟା ତଥା ବୁଦ୍ଧିର ଦେବୀ | ମା'ସରସ୍ବତୀଙ୍କ ପୂଜା ଦ୍ୱାରା ସବୁ ପ୍ରକାର ଜ୍ଞାନ, କଳା, ସଂଗୀତ ଏବଂ ବାଣୀ ପ୍ରାପ୍ତ ହୋଇଥାଏ | ଶାରୀରିକ ଅକ୍ଷମ ଲୋକଙ୍କୁ ମଧ୍ୟ ମା'ସରସ୍ବତୀଙ୍କ ପୂଜାରୁ ବିଶେଷ ଫଳ ପ୍ରାପ୍ତି ହୋଇଥାଏ | ମା'ସରସ୍ବତୀଙ୍କ ସମ୍ବନ୍ଧ ବୁଧ ଏବଂ ବୃହଷ୍ପତ୍ତି ଗ୍ରହ ସହିତ ରହିଛି | ମା'ଙ୍କ ପୂଜାରେ ସବୁବେଳେ ହଳଦିଆ ରଙ୍ଗର ବସ୍ତ୍ର, ହଳଦିଆ ଫୁଲ, ହଳଦିଆ ମିଠା ବ୍ୟବହାର କରାଯାଇଥାଏ | ଯଦି କୁଣ୍ଡଳିରେ ବିଦ୍ୟା ବୁଦ୍ଧି ଯୋଗ ନଥାଏ କିମ୍ବା ଶିକ୍ଷାରେ ବାରମ୍ବାର ବାଧା ଉତ୍ପନ୍ନ ହେଉଥାଏ ତାହେଲେ ବସନ୍ତ ପଞ୍ଚମୀରେ ସରସ୍ବତୀଙ୍କ ପୂଜା ବିଶେଷ ଫଳପ୍ରଦ |

{"id":83104}


ସରସ୍ବତୀ ପୂଜା ବିଶେଷ ମୁହୂର୍ତ୍ତ :
ପୂଜା ମୁହୂର୍ତ୍ତ - ୧୦ କାରିଖ ସକାଳ୭.୧୫ ରୁ ୧୨.୫୨ ପର୍ଯ୍ୟନ୍ତ ଶୁଭ ବେଳା
ପଞ୍ଚମୀ ତିଥି ଆରମ୍ଭ - ଫେବୃଆରୀ ୯ ତାରିଖ ଶନିବାର ଦିନ ୧୨.୨୫ ମିନିଟରୁ ପଞ୍ଚମୀ ତିଥି ଆରମ୍ଭ ହେବ
ପଞ୍ଚମୀ ତିଥି ସମାପ୍ତ - ଫେବୃଆରୀ ୧୦ ତାରିଖ ରବିବାର ୨.୦୮ ମିନିଟରେ ପଞ୍ଚମୀ ତିଥି ସମାପ୍ତ ହେବ


ଆସନ୍ତୁ ଜାଣିବା ମା' ସରସ୍ବତୀଙ୍କ ପୂଜା ବିଧି :
ସରସ୍ବତୀଙ୍କ ପୂଜା ପ୍ରାତଃ କାଳରେ କରାଯାଇଥାଏ |
ମାଘ ମାସର ପଞ୍ଚମୀ ତିଥିରେ ମା'ଙ୍କ ବିଶେଷ ପୂଜା କରାଯାଇଥାଏ |
ଧଳା ପଦ୍ମ ଉପରେ ବସିଥିବା ବିଦ୍ୟାଧାରିଣୀ ମା' ସରସ୍ବତୀଙ୍କ ସ୍ୱରୂପକୁ ସର୍ବୋତମ ବୋଲି ବିଶ୍ୱାସ କରାଯାଏ |
ଧଳା କିମ୍ବା ହଳଦିଆ ବସ୍ତ୍ର ଧାରଣ କରି ମା'ଙ୍କ ପୂଜା କରିବା ଉଚିତ | ମା'ଙ୍କ ଆସନ ମଧ୍ୟ ହଳଦିଆ ରଙ୍ଗର ହେବା ଉଚିତ |
ପୂଜାରେ ଧଳା କିମ୍ବା ହଳଦିଆ ଫୁଲ ସହ ହଳଦିଆ ମିଠା ଅର୍ପଣ କରାଯିବ ଉଚିତ |
ସ୍ପଟିକ ମାଳାରେ ଓଁ ଏଁ ନମଃ ମନ୍ତ୍ର ଜପ କରିବା ଉଚିତ |
ମନ୍ତ୍ର ଓଁ ଏଁ ସରସ୍ବତୈ ନମଃ ୧୦୮ ଥର ଜପ ନିଶ୍ଚୟ କରିବା ଉଚିତ |
ପ୍ରାତଃ କାଳରେ ସରସ୍ବତୀ ବନ୍ଦନା ଓ ଜପ କରନ୍ତୁ |
ପଞ୍ଚମୀ ଦିନ ଆମିଷ ଭୋଜନ ନ କରି ଶୁଦ୍ଧ ସାକାହାରୀ ଭୋଜନ କରିବା ଉଚିତ |
ନିଜ ଶୋଇବା ଘରେ ମା'ସରସ୍ବତୀଙ୍କ ଏକ ଫଟୋ ନିଶ୍ଚୟ ଲଗାନ୍ତୁ ଏବଂ ପ୍ରତିଦିନ ସକାଳୁ ଉଠି ମା'ଙ୍କ ଦର୍ଶନ ଅବଶ୍ୟ କରନ୍ତୁ |

{"id":83105,"width":586,"height":328}


ମୁକ ବଧିର ଲୋକଙ୍କ ପାଇଁ କେମିତି ପ୍ରଭାବ ପଡିବ ଜାଣନ୍ତୁ :
ବସନ୍ତ ପଞ୍ଚମୀ ଦିନ ନୀଳ ସରସ୍ବତୀ ସ୍ତୋତ୍ର ଜପ କରନ୍ତୁ |
ସରସ୍ବତୀଙ୍କ ଅଭିମନ୍ତ୍ରିତ ଜଳ ସକାଳେ ଏବଂ ସନ୍ଧ୍ୟାରେ ପାନ କରିବେ |
ଓଁ ନମଃ ଭଗବତୀ ବଦ ବଦ ବାଗଦେବୀ ସ୍ବାହା ମନ୍ତ୍ର ଜପ କରନ୍ତୁ |
ଜ୍ୟୋତିଷଙ୍କୁ ପରାମର୍ଶ କରି ହଳଦିଆ ପାନ୍ନା କିମ୍ବା ପୋଖରାଜ ରତ୍ନ ଧାରଣ କରନ୍ତୁ |
ପ୍ରତ୍ୟେକ ବୁଧବାର ସବୁଜ ବସ୍ତୁ ଦାନ କରନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.