ଖଣ୍ଡପଡା ବିଧାନସଭା ଆସନରୁ ବସନ୍ତ ମହାରଣାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪: ପୁଣି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ନୟାଗଡ ଜିଲ୍ଲାର ଖଣ୍ଡପଡା ଆସନ ପାଇଁ ବସନ୍ତ ମହାରଣାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଖଣ୍ଡପଡାରେ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଟିକେଟ୍ କାଟି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେପି ପୂର୍ବତନ ବିଧାୟକ ସିଦ୍ଧାର୍ଥ ମର୍ଦ୍ଦରାଜଙ୍କୁ ପ୍ରାର୍ଥୀ କରିଛି । ସିଦ୍ଧାର୍ଥ ମର୍ଦ୍ଦରାଜ ୨ଦିନ ତଳେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିସାରିଥିବାବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବେ ।

ଆଜି ସକାଳେ ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା କଂଗ୍ରେସ । ପିପିଲିରେ ଯୁଧିଷ୍ଠିର ସାମନ୍ତରାୟଙ୍କ ସ୍ଥାନରେ ଅଜିତ ମଙ୍ଗରାଜଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ଖୋର୍ଦ୍ଧା ଆସନ ପାଇଁ ସ୍ବାଗତିକା ପଟ୍ଟନାୟକଙ୍କ ନାଁ ଘୋଷଣା କରାଯାଇଛି । ମଙ୍ଗଳବାର ମଧ୍ୟରାତ୍ରିରେ ପ୍ରକାଶ ପାଇଥିବା କଂଗ୍ରେସ ପ୍ରାର୍ଥୀ ତାଲିକାରେ ପିପିଲିରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଥିବା ପ୍ରକାଶ ପାଇଥିଲା । ତେବେ ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢିବେ ନାହିଁ ବୋଲି ରୋକଠୋକ୍ ମନାକରିଦେଇଥିଲେ । କେବଳ ସେତିକି ନୁହେଁ କର୍ମୀମାନଙ୍କୁ ଡାକି କଂଗ୍ରେସ ନେତୃତ୍ବ ଉପରେ ପ୍ରଚଣ୍ଡ ବର୍ଷିଥିଲେ । ଟିକେଟ୍ କିଣାବିକା ହେଉଥିବା ନେଇ ମଧ୍ୟ ସଙ୍ଗୀନ ଅଭିଯୋଗ ଉଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.