ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା

Published By : Prameya-News7 Bureau | July 27, 2021 IST

ବେଙ୍ଗାଲୁରୁ ୨୭/୦୭ : ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ବୋମାଇଙ୍କ ନାଁ ପ୍ରସ୍ତାବ ଦିଆଯାଇଛି । ବଶବରାଜ ବୋମାଇଙ୍କ ନାଁକୁ ପ୍ରସ୍ତାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା । ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ଥିବା ବେଳେ ସରକାରରେ ଗୃହମନ୍ତ୍ରୀ ଥିଲେ ବଶବରାଜ ବୋମାଇ । ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବଶବରାଜ ବୋମାଇ । ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ ଆର୍‌ ବୋମାଇଙ୍କୁ ପୁଅ ହେଉଛନ୍ତି ବଶବରାଜ ବୋମାଇ ।

wp:embed {"url":"https://twitter.com/ANI/status/1420019710553477122","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1420019710553477122
/wp:embed

ଗତ ସୋମବାର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ତେବେ ମଙ୍ଗଳବାର ବେଙ୍ଗାଲୁରୁରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବଶବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମନୋନୀତ କରାଯାଇଛି । ବିଧାୟକ ଦଳ ବୈଠକ ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀମାନେ ରାଜ୍ୟର ଅନେକ ନେତାଙ୍କ ସହିତ ସାକ୍ଷାତ କରିଥିଲେ ।

ବିଏସ୍‌ ୟେଦିୟୁରପ୍ପା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୀ କିଶନ ରେଡ୍ଡୀଙ୍କ ସହିତ ହୋଟେଲରେ ପହଞ୍ଚିଥିଲେ । ସେଠାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବଶବରାଜଙ୍କ ନାଁରେ ମୋହର ମରାଯାଇଥିଲା । ବିଧାୟକ ଦଳ ବୈଠକ ପୂର୍ବରୁ କର୍ଣ୍ଣାଟକ ସରକାରରେ ପୂର୍ବରୁ ଗୃହମନ୍ତ୍ରୀ ଥିବା ବଶବରାଜ ବୋମାଇ ଏବଂ ଜଗଦୀଶ ଶେଟ୍ଟାର ବିଜେପି ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୀ କିଶନ ରେଡ୍ଡୀଙ୍କୁ ସାକ୍ଷାତ କରିଥିଲେ । ପରେ ବିଧାୟକ ଦଳ ବୈଠକରେ ବଶବରାଜ ବୋମାଇଙ୍କୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.