ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିବ ଆଉ ଏକ ସୁଯୋଗ, ପୁଣି ଥରେ ଦେବେ ଫିଟନେସ୍ ଟେଷ୍ଟ

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ, ୦୩/ ୦୩:ପୁଣି ଥରେ ଫିଟନେସ୍ ଟେଷ୍ଟ ଦେବେ ବରୁଣ ଚକ୍ରବର୍ତ୍ତୀ । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଲେଗ ସ୍ପିନର ବରୁଣଙ୍କୁ ପୁଣି ଥରେ ଫିଟ୍‌ନେସ୍‌ ପରୀକ୍ଷା ଦେବା ପାଇଁ ଏନ୍‌ସିଏ ଡକା ଯାଇପାରେ । ଭାରତୀୟ ଦଳ ପାଇଁ ବିସିସିଆଇ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ଫିଟ୍‌ନେସ୍‌ ପରୀକ୍ଷାରେ ବରୁଣ ଉତ୍ତୀର୍ଣ୍ଣ ହୋଇପାରି ନଥିବା ବିସିସିଆଇ ସ୍ପଷ୍ଟ କରିଥିଲା ।

ଆସନ୍ତା ୧୨ ତାରିଖରୁ ୫ ମ୍ୟାଚ୍‌ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ ଆରମ୍ଭ ହେବ । ୧୨, ୧୪, ୧୬, ୧୮ ଓ ୨୦ ତାରିଖରେ ୫ଟି ଯାକ ମ୍ୟାଚ ଅନୁଷ୍ଠିତ ହେବ । ଜାତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୨କିଲୋମିଟର ଦୌଡ଼ ଟାଇମ ଟ୍ରାଏଲ୍‌ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ନଚେତ ୟୋ ୟୋ ଟେଷ୍ଟରେ ୧୭.୧ ପଏଣ୍ଟ ହାସଲ କରିବାକୁ ପଡ଼ିବ ।

ବରୁଣ ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି । ଫଳରେ ତାଙ୍କୁ ଘରୋଇ କ୍ରିକେଟ୍‌ ଖେଳିବା ପାଇଁ ମୁମ୍ବାଇ ପଠାଇ ଦିଆଯାଇଥିଲା । ଟିଟ୍ୱେଣ୍ଟି ସିରିଜ ଆରମ୍ଭ ହେବା ପାଇଁ ଆଉ ୧୦ ଦିନ ସମୟ ରହିଛି । ଏହି ସମୟ ମଧ୍ୟରେ ବରୁଣଙ୍କୁ ଆଉ ଥରେ ଫିଟ୍‌ନେସ୍‌ ଟେଷ୍ଟ ଦେବାକୁ ପଡ଼ିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.