ଚଣ୍ଡିଖୋଲ ୦୭/୧୦: ମାଟି ତଳୁ ବିପୁଳ ପରିମାଣର ବିସ୍ପୋରକ ଜବତ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଲୁଣିବାର ମୌଜାରେ ମାଟି ତଳୁ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି.।
ପୂର୍ବରୁ ବଉଳମାଳ ପଂଚାୟତ ଓ ଲୁଣିବାର ମୌଜାରୁ ଗଛିତ ଥିବା ଆମୋନିଅମ ନାଇଟ୍ରେଟ ଓ ଜିଲୋଟିନ୍ ଜବତ କରିବା ସହ ଷ୍ଟୋରକୁ ସିଲ୍ କରାଯାଇ ଥିଲା । ପୁନର୍ବାର ଜେନାପୁର ପୋଲିସ ଓ ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲୁଣିବାର ମୌଜାରୁ ବିପୁଳ ପରିମାଣର ବିସ୍ପୋରକ ଜବତ କରାଯାଇଛି । ଏହି ବିସ୍ପୋରକ ସ୍ଥାନୀୟ କଳାପଥର ପାହାଡ଼ ବ୍ଲାଷ୍ଟିଂରେ ବ୍ୟବହୃତ କରାଯାଏ ।
ଜେନାପୁର ଥାନା ଅଞ୍ଚଳର କିଛି ଖଣି ମାଲିକ ଏହି ବିସ୍ପୋରକକୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଛିତ କରିଥିଲେ । ଘଟଣାରେ ଜେନାପୁର ପୋଲିସ ଦୁଇ ଜଣ ମାଲିକଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ସେମାନେ ଫେରାର ହୋଇ ଯାଇଛନ୍ତି. । ଏ ନେଇ ପ୍ରଶାସନ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ତହସିଲଦାର କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ବାରୁଦ ଗଦା ଉପରେ ଚଢେଇଧରା ଅଂଚଳ ରହିଥିବା ବେଳେ ପ୍ରଶାସନ କେବେ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଦେଖିବାକୁ ବାକି ରହିଲା।