ଅନୁଭବଙ୍କ ଅକୁହା ସତ : କହିଲେ ଭୁଲ ନିଷ୍ପତ୍ତିର ଭୋଗୁଛି ଫଳ, ଆଗକୁ ସେମାନେ ହେବେ ବର୍ବାଦ

Published By : Prameya-News7 Bureau | May 19, 2022 IST

ଭୁବନେଶ୍ୱର ୧୯/୦୫: ଦିନକୁ ଦିନ ଅଧିକ ଛନ୍ଦି ହେବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ ।

କହିଛନ୍ତି ୧୪ ବର୍ଷ ହେବ ମୁଁ ଅନେକ ସମସ୍ୟା ଭୋଗୁଛି । ମୁଁ ମୋ ଜୀବନରେ ସମସ୍ତଙ୍କୁ ସମ୍ମାନ ଦିଏ । ଏମିତିକି ନାରୀଙ୍କ ପ୍ରତି ମୋର ସମ୍ନାନ ମଧ୍ୟ ରହିଛି । କିନ୍ତୁ ମୁଁ ମୋଜୀବନରେ ବହୁତ ବଡ ଭୁଲ ନିଷ୍ପତ୍ତି ନେଇଛି । ଯାହାର ପରିଣାମ ଭୋଗୁଛି । ଭଲପାଇ ସିନା ବିବାହ କଲି, କିନ୍ତୁ ଭଲ ଜୀବନସାଥୀଟିଏ ପାଇଲି ନାହିଁ । ମୋର ଜୀବନସାଥୀ ବାଛିବାରେ ମୋର ଭୁଲ ହୋଇଗଲା ।

wp:html /wp:html

ନାଁ ନନେଇ ପରୋକ୍ଷରେ ପତ୍ନୀ ବର୍ଷା ଓ ତାଙ୍କ ପରିବାରକୁ ଟାର୍ଗେଟ କରି ଅନେକ କଥା କହିଛନ୍ତି । କହିଛନ୍ତି ମୁଁ ସେମାନଙ୍କ ନିର୍ଯାତନାର ଶିକାର ହୋଇଛି । ମୁଁ ବହୁତ ସହିଲି ଆଉ ସହିବିନ ନାହିଁ । ଏହାର ପରିମାଣ ସେମାନେ ନିଶ୍ଚୟ ଭୋଗିବେ ବୋଲି ସ୍ପଷ୍ଟ ଭାବେ ଭିଡଓରେ କହିଛନ୍ତି ସାଂସଦ ଅନୁଭବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.