Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବର୍ଷା କହିଲେ, ‘କଦାପି ଆଶା ହରାନ୍ତୁ ନାହିଁ କି ଭାଙ୍ଗନ୍ତୁ ନାହିଁଁ’

21/08/2020 at 9:07 AM

ଭୁବନେଶ୍ବର୨୧/୮: ‘କଦାପି ଆଶା ହରାନ୍ତୁ ନାହିଁ କି ଭାଙ୍ଗନ୍ତୁ ନାହିଁ । ଆପଣ କେବେ ଜାଣି ନାହାନ୍ତି ଆସନ୍ତାକାଲି ଆପଣଙ୍କ ପାଇଁ କ’ଣ ଆଣିବ । ଭଲ କାମ ଜାରି ରଖନ୍ତୁ । ଠିକ୍‌ ପଥରେ ଚାଲନ୍ତୁ ଏବଂ ସର୍ବଶକ୍ତିମାନଙ୍କ ଉପରେ ବିଶ୍ୱାସ ରଖନ୍ତୁ’ ।

ମହାମାରୀ କରୋନା କାଳରେ ସମସ୍ତେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲାବେଳେ ଓଲିଉଡ କୁଇନ୍‌ ବର୍ଷା ପ୍ରିୟଦର୍ଶିନୀ ନିଜ ଫ୍ୟାନ୍ସମାନଙ୍କ ପାଇଁ ଏମିତି କିଛି କଥା ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଛନ୍ତି । ଟିମ୍‌ ‘ସମ୍ମାନିତା’ ସହ ମିଶି ନାୟିକା ବର୍ଷା ସମାଜସେବା କରି ଚାଲିଛନ୍ତି ।

ସକ୍ଷମ ଅନୁସାରେ ସାହାଯ୍ୟ କରୁଛନ୍ତି । ମହାମାରୀ କରୋନା କଟକଣା ଭିତରେ ସେ ଓ ତାଙ୍କ ଟିମ୍‌ ଅସହାୟ, ନିରାଶ୍ରୟଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ବୁଝିଛନ୍ତି । କାହାର ଖାଦ୍ୟ ଦରକାର, କାହାର ପାଠ ପଢ଼ିବାର ଆବଶ୍ୟକତା ରହିଛି । ସେସବୁକୁ ପୂରଣ କରିବାର ଏକ ପ୍ରୟାସ କରିଛନ୍ତି ବର୍ଷା ଓ ଟିମ୍‌ ‘ସମ୍ମାନିତା’ । ତା’ ସହିତ ସମୟେ ସମୟେ ଏବଂ ଭଲ ଭଲ ଦିନରେ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଓ ସୋସିଆଲ୍‌ ମିଡିଆର ସବୁ ପ୍ଲାଟ୍‌ଫର୍ମରେ ମୋଟିଭେସନାଲ୍‌ ଟକ୍‌ ରଖୁଛନ୍ତି ବର୍ଷା । କରୋନା ପାଇଁ ସିନେମା ଓ ସୁଟିଂ ସବୁ ବନ୍ଦ ଥାଇପାରେ କିନ୍ତୁ ଫ୍ୟାନ୍ସଙ୍କୁ ଦୈନିକ ଭର୍ଚୁଆଲ୍‌ ମାଧ୍ୟମରେ ଭେଟିବା ଓ କଥାବାର୍ତ୍ତା ହେବା ବର୍ଷା ବନ୍ଦ କରି ନାହାନ୍ତି । ଫ୍ୟାନ୍ସଙ୍କୁ ସାହସ ଦେଇ ମନରେ ଭରସା ଏବଂ ବିଶ୍ୱାସ ଜନ୍ମେଇ ଚାଲିଛନ୍ତି ।

   Related Posts