ଅଧୁରା ରହିଗଲା ସ୍ୱପ୍ନ, ପୁଅ-ସ୍ୱାମୀଙ୍କୁ ପର କରି ଚାଲିଗଲେ ସନ୍ଧ୍ୟା

Published By : Prameya-News7 Bureau | September 13, 2021 IST


ନୀଳଗିରି,୧୩/୯: ସ୍ୱାମୀ ଓ ଏକମାତ୍ର ପୁଅକୁ ଜୀବନଠୁ ଅଧିକ ଭଲ ପାଉଥିଲେ । ପୁଅ ବାହାର ରାଜ୍ୟରେ ରହି ଚାକିରୀ କରୁଥିବା ବେଳେ ବାହା ଘର ପାଇଁ ପ୍ରସ୍ତୁତି ଚାଲିଥିଲା । ନୂଆ ଘର କରି ସୁନାର ସଂସାର କରିବା ସ୍ୱପ୍ନ ମଧ୍ୟ ଦେଖିଥିଲେ । ହେଲେ ବିଧିର ବିଧାନ ଥିଲା ବିଚିତ୍ର । କିଏ ଜାଣିଥିଲା ସ୍ୱାମୀ ଓ ଏକ ମାତ୍ର ଗେଲ୍ହା ପୁଅକୁ ପର କରି ଚାଲିଯିବେ । ଆଜି ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ନୀଳଗିରି ଏନଏସି ୧୩ ନମ୍ବର ୱାର୍ଡ ଅଧିନ ଗୋପୀନାଥପୁର ପଣ୍ଡାସାହି ଗ୍ରାମର ବିନୋଦ ପଣ୍ଡାଙ୍କ ପତ୍ନୀ ସନ୍ଧ୍ୟା ଗତକାଲି ସକାଳେ ଝାଡୁମାରୁଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରି ବସିପଡ଼ିଥିଲେ । ଆଉ ଉଠି ନପାରିବାରୁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାକୁ ନିଆଯାଇଥିଲା । ଆଜି ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଜଣେ ମିଷ୍ଠଭାଷୀ, ଧର୍ମପରାୟଣ ମହିଳା ଥିବାବେଳେ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.