ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ନଭେମ୍ବର ୧୫ରୁ ୩୦ ମଧ୍ୟରେ ମଧ୍ୟସ୍ଥତା କରିବେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କମିଟି

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ୨୯/୧୦:  ବର୍ଷା ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କିମିଟି ମଧ୍ୟସ୍ଥତା କରିବେ । ସେପଟେ ସୁପ୍ରିମକୋର୍ଟରେ ବର୍ଷା ଟ୍ରାନ୍ସଫର ପିଟିସନ ମାମଲା ଦାୟର କରିଛନ୍ତି ।
ସୁପ୍ରିମକୋର୍ଟ ଏହି ମାମଲାର ଡିସେମ୍ବର ୮ ତାରିଖରେ ଶୁଣାଣି କରିବେ । ଅନୁଭବଙ୍କ ଓକିଲ ଅଭୟ ଦୁବେ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଓଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ ଦମ୍ପତି ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ଦିଲ୍ଲୀ ପଟିଆଲା ପରିବାର ଅଦାଲତରେ ଅନୁଭବ ଦାଏର୍‌ କରିଥିବା ଛାଡ଼ପତ୍ର ମାମଲାକୁ କଟକସ୍ଥିତ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରାର୍ଥନା କରି ବର୍ଷା ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ଦାଏର୍‌ କରିଥିଲେ ।

ପିଟିସନ୍‌ରେ ଦର୍ଶାଯାଇଛି କି’ ଦିଲ୍ଲୀ ପଟିଆଲା କୋର୍ଟରେ ମାମଲା ଚାଲିଲେ ତାଙ୍କୁ ମକଦ୍ଦମା ପରିଚାଳନା, ହାଜିରା ଓ ଶୁଣାଣି ନିମନ୍ତେ ଅଧିକ ଖର୍ଚ୍ଚାନ୍ତ ଓ ହଇରାଣ ହେବାକୁ ପଡ଼ିବ । ପ୍ରତି ଶୁଣାଣିରେ ପଟିଆଲା ପରିବାର ଅଦାଲତରେ ଉପସ୍ଥିତ ରହିବା ତାଙ୍କ ପାଇଁ କଷ୍ଟସାଧ୍ୟ ତଥା ବ୍ୟୟବହୁଳ ହେବ । ତେଣୁ ତାଙ୍କ ସ୍ୱାମୀ ଅନୁଭବ ରୁଜୁ କରିଥିବା ଛାଡ଼ପତ୍ର ମାମଲାର ବିଚାରକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବାକୁ ବର୍ଷା ପ୍ରାର୍ଥନା କରିଛନ୍ତି । ମାମଲା ସ୍ଥାନାନ୍ତର ନହେବାଯାଏ ପଟିଆଲା ପରିବାର କୋର୍ଟରେ ଛାଡ଼ପତ୍ର ମାମଲାର ଶୁଣାଣି କରାନଯିବାକୁ ବି ପ୍ରାର୍ଥନା କରିଛନ୍ତି ।

ଅପରପକ୍ଷରେ, ଅନୁଭବ ମଧ୍ୟ ସୁପ୍ରିମ୍‌କୋର୍ଟରେ କ୍ୟାଭିଏଟ୍‌ ପିଟିସନ୍‌ ଦାଖଲ କରିଛନ୍ତି । ତାଙ୍କୁ ନିଜ ପକ୍ଷ ବା ଜବାବ ରଖିବାର ସୁଯୋଗ ଦିଆନଯାଇ, ମାମଲା ସ୍ଥାନାନ୍ତର ପ୍ରସଂଗରେ ସର୍ବୋଚ୍ଚ ଅଦାଲତ କୌଣସି ଆଦେଶ ନଦେବାକୁ ଅନୁଭବ ଉକ୍ତ ପିଟିସନରେ ପ୍ରାର୍ଥନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.