ଶାଶୂଘରେ ବର୍ଷାଙ୍କୁ ପୋଲିସ ସୁରକ୍ଷା : ବେଡରୁମରେ ଭିଡିଓ ସୁଟ୍ କରୁଥିବା ୨ ଯୁବକ ଥାନାରେ ହାଜର, ପଲ୍ଲୀରୁ ଦିଲ୍ଲୀ ଯାଏଁ ସେଲିବ୍ରିଟିଙ୍କ ଦାମ୍ପତ୍ୟ କଳି ଥମୁନି

Published By : Prameya-News7 Bureau | September 08, 2020 IST

କଟକ, ୦୮।୦୯:  ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନକୁ ନେଇ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ । ଏପଟେ  ଶାଶୁଘରେ ବର୍ଷା ପ୍ରିୟଦର୍ଶିନୀ ଅସୁରକ୍ଷିତ ଭାବେ ଅଛନ୍ତି । ସେଥିଲାଗି ସେ ପୋଲିସ ସୁରକ୍ଷା ଲୋଡ଼ିଥିବା କହିଛନ୍ତି ବର୍ଷାଙ୍କ ଓକିଲ । ତେଣେ ବର୍ଷାଙ୍କ ବେଡ୍‌ରୁମ୍‌ ଭିତରେ ଭିଡିଓ ସୁଟିଂ କରୁଥିବା ଅନୁଭବଙ୍କ ୨ ଜଣ ସହଯୋଗୀଙ୍କୁ ଥାନାରେ ହାଜର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ମାମଲା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ହେଲେ ନା ଅନୁଭବ, ନା ବର୍ଷେ, କେହି ବି ଗୋଟେ କଦମ୍‌ ପଛକୁ ଫେରିବାକୁ ନାରାଜ୍‌ । ଆଜି ପୁଣି ଥରେ ବର୍ଷାଙ୍କ ତରଫରୁ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ । ବର୍ଷା ଶାଶୂଘରେ ସୁରକ୍ଷିତ ନୁହନ୍ତି ତଥାପି ସେ ପଛକୁ ଫେରିବେ ନାହିଁ । ବରଂ ସ୍ବାମୀଙ୍କୁ ବାଟକୁ ଆଣିବାକୁ ଲଢ଼େଇ ଜାରି ରଖିବେ ବୋଲି ଗଣମାଧ୍ୟମ ଆଗରେ ବିବୃତ୍ତି ରଖିଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ସେହିପରି ସୋମବାର ତାଙ୍କ ବେଡ୍‌ରୁମ୍‌ ଭିତରକୁ ଆସି ଅନୁଭବଙ୍କ ଦୁଇ ସହଯୋଗୀ ଭିଡିଓ ସୁଟ୍‌ କରୁଥିବା ଘଟଣା ମଧ୍ୟ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମଧ୍ୟ  କହିଛନ୍ତି ରାମକୃଷ୍ଣ ।

{"id":326991,"sizeSlug":"large"}

ପୂର୍ବରୁ ସାସଂଦ ଅନୁଭବଙ୍କ ୨ ସହଯୋଗୀ ବର୍ଷାଙ୍କ ବେଡରୁମ୍‌କୁ ଆସି କିଛି ଭିଡିଓ ସୁଟି କରୁଥିବା ନେଇ ୧୦୦କୁ ଡାଏଲ କରି ଜଣାଇଥିଲେ ବର୍ଷା ।ପୋଲିସ ସଙ୍ଗେସଙ୍ଗେ ତାଙ୍କ ଘରେ ପହଞ୍ଚିଥିଲା । ଏପିରିକ କଟକ ପୁରୀଘାଟ ଥାନାରେ ବର୍ଷା ଲିଖିତ ଅଭିଯୋଗ କରିଛନ୍ତି ।  ଯାହାକୁ ଆଧାର କରି ଅନୁଭବଙ୍କ ୨ ଜଣ ସହଯୋଗୀ ଥାନାରେ ହାଜର ହୋଇଛନ୍ତି । ବର୍ଷାଙ୍କ ଲାଗି ସୁରକ୍ଷାର ସମସ୍ତ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି କଟକ ଡିସିପି ।    

ତେବେ ବର୍ଷା ଓ ଅନୁଭବ ଉଭୟ ପରସ୍ପରକୁ ସମ୍ମାନ ଦେଉଥିବାର କଥା କହୁଥିବା ବେଳେ , ମାମଲା କାହିଁକି କୋର୍ଟରେ ପହଞ୍ଚିଲା , ଏବଂ ସେମାନଙ୍କ ଦାମ୍ପତ୍ୟକଳିକୁ ନେଇ ପ୍ରତ୍ୟେହ କାହିଁକି ନୂଆ ନୂଆ ଘଟଣାବଳି ସାମ୍ନାକୁ ଆସୁଛି, ତାହା ଅନେକଙ୍କୁ ଚକିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.