Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ବର୍ଷା: ଦୁଃଖ-କଷ୍ଟକୁ ପଛରେ ପକାଇ ନିଃସ୍ବାର୍ଥ ପର ଭାବେ କରି ଚାଲିଛନ୍ତି ସେବା, ଶେୟାର କଲେ ଭିଡିଓ

10/10/2020 at 8:14 PM

ଭୁବନେଶ୍ବର୧୦/୧୦: ଓଡିଆ ଚଳଚ୍ଚିତ୍ର ଜଗତରେ ଜଣେ ସୁପରିଚିତ ଓ ସୁନାମଧନ୍ୟ ନାୟିକ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ। ବର୍ତ୍ତମାନ ପାରିବାରିକ ଝଡ଼ର ସମ୍ମୁଖୀନ କରୁଛନ୍ତି ବର୍ଷା। ହେଲେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ଦୁଃଖର ପାହାଡ ଉପ​‌ରେ ଛିଡ଼ା ହୋଇ ମଧ୍ୟ ଅନ୍ୟମାନଙ୍କ ଓଠରେ ହସ ଫୁଟାଇଛନ୍ତି।

ଏଭଳି ସମୟରେ ବର୍ଷା ଥକିପଡି ନାହାନ୍ତି କି ଭାଙ୍ଗି ପଡି ନାହାନ୍ତି। ମନରେ ସାହାସ ଜୁଟାଇ ଆଗକୁ ବଢ଼ିଛନ୍ତି, ସମାଜର ହିତରେ ସେ ବହୁତ ଭଲ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ନାରୀମାନଙ୍କ ସୁରକ୍ଷା ଦିଗରେ ବର୍ଷା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ସମସ୍ତେ ଜାଣିଛନ୍ତି। ଏପରି କି ବହୁ ଅସହାୟ ଲୋକଙ୍କୁ ସେ ସହାୟତା ପ୍ରଦାନ କରିଛନ୍ତି।

କେବଳ ସେତିକି ନୁହେଁ, ନିକଟରେ କୋରାପୁଟର ଝିଅ ନମିତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ ବର୍ଷା। ସେହିପରି ଦାରିଙ୍ଗବାଡିର ଜଣେ ଅସହାୟ କୁନି ଝିଅ ସୁନେଲିଙ୍କ ପାଇଁ ଜିଲ୍ଲା ପ୍ରଶାସନ ସହ ବର୍ଷା କଥା ହୋଇଥିଲେ। ଶେଷରେ କୁନି ସୁନେଲିଙ୍କୁ ସହଯୋଗର ହାତ ବଢ଼ିଥିଲା। ନିକଟକରେ ଦୟା ଆଶ୍ରମରେ ବର୍ଷା ପହଁଞ୍ଚିଥିଲେ। ସେଠାରେ ଥିବା ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ।

ସେମାନଙ୍କ ପାଇଁ କିଛି ସାମଗ୍ରୀ ଧରି ମଧ୍ୟ ଯାଇଥିଲେ। ଏହି କଥା କହିବାର କାରଣ ଯେ, ଜଣେ ନାରୀ ମନରେ ଏତେ ଦୁଃଖ-କଷ୍ଟ ଥାଇ ମଧ୍ୟ ସେ କିଭଳି ସମାଜର ତାଳେ ତାଳେ ଚାଲିପାରେ, ତାହାର ଜ୍ବଳନ୍ତା ଉଦାହରଣ ହେଉଛନ୍ତି ବର୍ଷା।  

   Related Posts