Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଭିଜିଲାନ୍ସ ଜାଲରେ ବରପାଲି ସିଡିପିଓ, ଏକକାଳୀନ ୫ଟି ସ୍ଥାନରେ ଚଢାଉ

14/11/2019 at 8:28 AM

ଭୁବନେଶ୍ବର ୧୪।୧୧: ଭିଜିଲାନ୍ସ ଜାଲରେ ବରପାଲି ସିଡିପିଓ । ଆଜି ବରଗଡ଼ ଜିଲ୍ଲା ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ନିଜ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସଂଯୁକ୍ତା ଲେଙ୍କା ୧୫ଦିନ ହେବ ବରପାଲିରେ ସିଡିପିଓ ଭାବେ ଯୋଗ ଦେଇଥିବା ବେଳେ ପୂର୍ବରୁ ଅନୁଗୋଳ ବଅଂରପାଳରେ (ସିଡିପିଓ) ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।

ବରଗଡ ପ୍ରଧାନପାଲିରେ ନିଜ ଘର ସମେତ ଭଉଣୀ ରାଜେଶ୍ବରୀ ଲେଙ୍କାଙ୍କ ଘର ବରମଚାରୀ, ପୈତୃକ ଘର, ଭଡା ଦେଇଥିବା କାଳୀମନ୍ଦିର ସ୍ଥିତ ଦୁଇ ମହଲା କୋଠା ଏବଂ ବରପାଲି ସ୍ଥିତ ଅଫିସରେ ଚଢାଉ ଜାରି ରହିଛି । ଚଢାଉ ବେଳେ ସଂଯୁକ୍ତ ଲେଙ୍କା ବିପୁଳ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

   Related Posts