ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

Published By : Prameya-News7 Bureau | February 05, 2019 IST

ଭଦ୍ରକ ୫|୧: ବରପଦା ଇଞ୍ଜିନିୟରିଂ କଲେଜରେ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ୧୫ରୁ ଉର୍ଦ୍ଧ୍ବ କର୍ମଚାରୀ ଆହତ ହୋଇଛନ୍ତି । ଧାରଣାରୁ ଘରକୁ ଫେରୁଥିବାବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ନିକଟ ବରପଦା-ବାଉଦପୁର ରାସ୍ତାରେ ଏହି ଘଟଣା ଘଟିଛି। କିଛି ଦୁର୍ବୃତ୍ତ ବସକୁ ଅଟକାଇ ଭଙ୍ଗାରୁଜା କରିବାସହ  କଲେଜ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। 

{"id":81983}

ଦୀର୍ଘ ୪ ମାସ ହେଲା ଦରମା ନ ମିଳିବା ଓ କଲେଜରେ ଶହେ କୋଟି ଟଙ୍କା ଦୁର୍ନୀତିର ତଦନ୍ତ ଦାବିରେ କଲେଜର କର୍ମଚାରୀ ଭୁବନେଶ୍ବର ଲୋଅର ପିଏମଜିରେ ଧାରଣା ଦେଇଥିଲେ। ଧାରଣାରୁ ଘରକୁ ଫେରିବା ବାଟରେ ସେମାନଙ୍କ ଉପରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଛି। ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବ ମାନେଜମେଣ୍ଟର ନିର୍ଦେଶରେ ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାର ପ୍ରତିବାଦ କରି କଲେଜ କର୍ମଚାରୀ ଗ୍ରାମାଞ୍ଚଳ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.