'ବାର୍କିଂ ସେନ୍ସର': କାର୍ ପାର୍କିଂ କରୁଛି କୁକୁର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | May 21, 2021 IST

ନୂଆଦିଲ୍ଲୀ ୨୧/୫ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ହେଉଛି ଗୋଟିଏ ମଜାଦାର ଭିଡିଓ । ଯେଉଁଥିରେ ଗୋଟିଏ କୁକୁର କାର ପଛରେ ଠିଆ ହୋଇ କାର ପାର୍କିଂ କରୁଛି । ବାସ୍ତବରେ, ଏହି ଭିଡିଓ ହ୍ୟୁମର ଆଣ୍ଡ ଆନିମଲ୍ସ ଟ୍ୱିଟର ପୃଷ୍ଠାରୁ ପୋଷ୍ଟ କରାଯାଇଛି । ଏହି ପୋଷ୍ଟରେ କ୍ୟାପସନ୍ ଲେଖାଯାଇଛି ଯେ ଏହା ସର୍ବୋତ୍ତମ ବାର୍କିଂ ସେନ୍ସର । ଅର୍ଥାତ୍ କୁକୁର ଏକ କାର୍ ପାର୍କିଂ କରାଯିବା କାମରେ ଲଗାଯାଇଛି ।

wp:html /wp:html

ଭିଡିଓରେ ଦେଖାଯାଉଛି ଯେ ଏହି କୁକୁର ଏକ କାର ପଛରେ ବସିଛି । ଏବଂ ସୂଚାରୁ ରୂପେ କାରଟିକୁ ପାର୍କିଂ ବି କରାଉଛି । କୁକୁରଟି ମାଲିକଙ୍କୁ କହିଥାଏ କାରଟି କେଉଁଠି ଓ କେମିତି ସୁରକ୍ଷିତ ରଖିବେ ସେ ବିଷୟରେ ବି ଜଣାଇଦେଉଛି । କାରଟି ପଛରେ ପହଞ୍ଚିବା ମାତ୍ରେ କୁକୁର ଭୁକିବା ଆରମ୍ଭ କରେ । କୁକୁର ଭୁକିବା ମାତ୍ରେ କାର ମାଲିକ କାରକୁ ଅଟକାଇଦିଅନ୍ତି । ଏହିପରି ଏହି କୁକୁର ଜବରଦସ୍ତ ଉପୟାରେ କାର ସବୁ ପାର୍କିଂ କରାଇଥାଏ । ଏହି ଭିଡିଓ କେଉଁଠିକାର ତାହା ଜଣାପଡିନି । କିନ୍ତୁ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.