ଆସନ୍ତା ୫ ତାରିଖରୁ ବାରିପଦାରେ ଆରମ୍ଭ ହେବ ଜାତୀୟ ଜୁନିୟର ରଗ୍ବୀ ଟୁର୍ଣ୍ଣାମେଣ୍ଟ
3/09/2018 at 11:02 PM

ଆସନ୍ତା ୫ ତାରିଖରୁ ବାରିପଦାରେ ଆରମ୍ଭ ହେବ ଜାତୀୟ ଜୁନିୟର ରଗ୍ବୀ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ରଗ୍ବୀ ଖେଳାଳୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିବା ପରେ ବାରିପଦାରେ ଆୟୋଜନ କରାଯାଉଛି ଏହି ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ । ଭାରତୀୟ ରଗ୍ବୀ ଟିମ୍ ରେ ଏ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ୧୨ ଜଣ ଖେଳାଳି ସେମାନଙ୍କ ଦମ୍ ଦେଖାଇସାରିଲେଣି । ଜାତୀୟ ଜୁନିୟର ରଗ୍ବୀ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ମାନେ ସ୍ଥାନୀୟ ଏମ୍ପିସି ଅଟୋନମସ୍ କଲେଜରେ ଏଥିପାଇଁ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଆସନ୍ତା ୫ରୁ ୯ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଲ’କଲେଜ ଚାଲିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ସାରା ଦେଶରୁ ୩୨ଟି ଟିମ୍ ଭାଗନେବେ । ମୟୂରଭଞ୍ଜର ରଗ୍ବୀ ଖେଳାଳି ମାନଙ୍କ ପ୍ରତିଭା ଦେଖି ଖୁବ୍ ଉଚ୍ଚମାନର ବୋଲି ଜାତୀୟ ସିନିୟର ମହିଳା ଟିମ୍ ର କ୍ୟାପଟେନ୍ କହିଛନ୍ତି ।