ବାରିପଦା ପି.ଆର୍.ଏମ୍. ମେଡିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଗଲା ବଡ ବିପଦ

Published By : Prameya-News7 Bureau | April 20, 2020 IST

ବାରିପଦା୨୦/୪: ବାରିପଦା ପି.ଆର.ଏମ. ମେଡିକାଲରେ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

{"id":257544,"sizeSlug":"large"}

ବାରିପଦା ଡାକ୍ତରଖାନାରେ ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ମେଡିକାଲର ମାନସିକ ରୋଗ ଚିକିତ୍ସା ବିଭାଗ ଭିତରୁ ଧୂଆଁ ବାହାରିଥିଲା।

{"id":257545,"sizeSlug":"large"}

କିଛି ସମୟରେ ମଧ୍ୟରେ ହଠାତ୍ ୱାର୍ଡ ଭିତରେ ନିଆଁ ବ୍ୟାପି ଯାଇଥିଲା। ସଂଗେ ସଂଗେ ଡାକ୍ତରଖାନାର ସିକ୍ୟୁରିଟି ଦାୟିତ୍ବରେ ଥିବା କର୍ମଚାରୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ନିଆଁ ଅଣ ଆୟତ୍ତ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

{"id":257547,"sizeSlug":"large"}

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.