Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବାରିପଦା ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ, ଜବତ ହୋଇଛି ୨ କୋଟି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି

27/11/2021 at 3:10 PM

ବାରିପଦା ୨୭।୧୧: ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁବେର ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଅପରାହ୍ନରେ କୋର୍ଟ ଚାଲାଣ ହେବା ନେଇ ସୂଚନା ମିଳିଛି ।

ଦୁଇ ଦିନ ଧରି ସନ୍ତୋଷ ଦାସଙ୍କ ଘରେ ମାରାଥନ୍ ଜେରା କରିଥିଲା ଭିଜିଲାନ୍ସ ଟିମ୍ ।  ଚଢାଉ ବେଳେ ଘରୁ ମିଳିଥିଲା ୪୨ ଲକ୍ଷ ଟଙ୍କା ଓ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ଭୁବନେଶ୍ବର ଓ ବାଲେଶ୍ଵରରେ ଏକାଧିକ କୋଠା ଠାବ ହୋଇଛି ।

   Related Posts