ବାରିପଦା ବିଜେଡିର ଚାଲିଛି ମାନସ ମନ୍ଥନ, ଦଳର ସ୍ଥିତି ଦୋହଲିବା ନେଇ କାରଣ ଖୋଜୁଛନ୍ତି ଦଳୀୟ ନେତା

Published By : Prameya-News7 Bureau | September 08, 2019 IST

ବାରିପଦା ୮।୯: ନିର୍ବାଚନ ସରିବାର ଦିନ କେଇଟା ଯାଇନି ଏବେ ସଂଗଠନ ସଜାଡିବା ଚିନ୍ତା । ନିର୍ବାଚନରେ ଯେଉଁଠି ବିଜେଡିର ସ୍ଥିତି ତଳକୁ ଖସିଛି ସେଇ ଜିଲ୍ଲାରେ ଫୋକସ କରିଛି ବିଜେଡି । ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କ ନିଯୁକ୍ତି ପରେ ଏବେ ଜିଲ୍ସାସ୍ତରରେ ମାନସ ମନ୍ଥନ କରୁଛି ବିଜେଡି । ମୟୁରଭଞ୍ଜରେ ଦଳର ଭୋଟହାର କମବା ପରେ ଜିଲ୍ଲାର ନୂଆ ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ କର୍ମକର୍ତ୍ତାକୁ ନେଇ ସଙ୍ଗଠନ ସଜାଡିବା କାମ ଆରମ୍ଭ କରିଛନ୍ତି ।  

{"id":154927}

ଚାଲିଛି ମାନସ ମନ୍ଥନ । ବାରିପଦାରେ କାହିଁକି ବିଜେଡି ସ୍ଥିତି ଦୋହଲିଲା ସେନେଇ କାରଣ ଖୋଜୁଛନ୍ତି ଦଳୀୟ ନେତା । ନିର୍ବାଚନ ପରେ ମୟୁରଭଞ୍ଜ ଜିଲ୍ଲା ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ନିର୍ବାଚନ ପରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟୀତ୍ବ ମିଳିଛି । ଦାୟୀତ୍ବ ନେବା ପରେ ଶନିବାର ଜିଲ୍ଲା କାର୍ଯ୍ୟକାରିଣୀରେ ଯୋଗଦେଇଥିଲେ  ପ୍ରଣବ ପ୍ରକାଶ ଦାସ । ସାଧାରଣ ନିର୍ବାଚନରେ ଜିଲ୍ଲାରେ  ବିଜେଡି କାହିଁକି ୯ ବିଧାନସଭା ଆସନରୁ କେବଳ ତିନୋଟି ଆସନରେ ଜିତିଲା ସେନେଇ କାର୍ଯ୍ୟକାରିଣୀରେ ତର୍ଜମା ହୋଇଛି । ପୂର୍ବତନ ପର୍ଯ୍ୟବେକ୍ଷକ ମନ୍ତ୍ରୀ ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ସହ ଜିଲ୍ଲାର ସବୁ ନେତାଙ୍କୁ ଏକାଠି ହୋଇ ପରାଜୟର କାରଣ ଖୋଜିଛନ୍ତି ଜିଲ୍ଲାର ବରିଷ୍ଠ ନେତାଏ । ପୁଣି ଲୋକଙ୍କ ଆସ୍ଥା ଜିତି ଦଳ କିପରି  ଜିଲ୍ଲାରେ ସଂଗଠନ ମଜଭୁତ କରିବ ସେନେଇ ରଣନୀତି କରିଛି ବିଜେଡି ।

{"id":154928}

୨୦୧୭ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବ।ଚନରେ ଜିଲ୍ଲାରେ ବିଜେଡି ସ୍ଥିତି ଦୁର୍ବଳ ହୋଇଛି । ଆଗକୁ ପୌର ନିର୍ବାଚନ ଆସୁଛି । ତା ପୂର୍ବରୁ ଦଳର ସ୍ଥିତି ମଜଭୁତ କିଭଳି ହେବ ତା ଉପରେ ଗୁରୁତ୍ବ ଦେଇଛି ଦଳ । ପୁଣିଥରେ ମୟୁରଭଞ୍ଜକୁ ବିଜେଡି ଗଡ କରିବାଲାଗି ଗୋଷ୍ଠୀକନ୍ଦଳ ଏବଂ ଗୋଡ ଟଣାଟଣି କୁ ଆଉ କୌଣସିମତେ  ଗ୍ରହଣ କରାଯିବ ନାହିଁ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ କହିଛନ୍ତି । ଏହାସହ ଦଳର ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରାଯିବା ଉପରେ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନେଇଛି ଦଳ ।   

{"id":154929}

ଏକଦା ବିଜେଡିର ଗଡଥିଲା ମୟୁରଭଞ୍ଜ ଜିଲ୍ଲା। ହେଲେ ଏଥର ସାଧାରଣ ନିର୍ବାଚନରେ ଏମପି ଆସନ ସହ ବିଧାନସଭା ଆସନ ହାତଛଡା କରିଥିବା ଦଳ ପୁଣି ଥରେ ସ୍ଥିତି ମଜଭୁତ କରିବା କାମରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.