Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସେକ୍ସ ରାକେଟ୍‌:ବାରିପଦା ସହର ମଝିରେ ଏମିତି ଯୁବତୀଙ୍କୁ ନେଇ ଚାଲିଥିଲା କାରବାର

21/12/2019 at 4:20 PM

ବାରିପଦା ୨୧।୧୨ – ବାରିପଦା ସହରରେ ଥିବା ତିନୋଟି ଲଜ୍‌ରେ ପୁଲିସର ଚଢଉ । ଧରାପଡିଲେ ୩୦ ଜଣ ଯୁବକ ଯୁବତୀ । ଦୀର୍ଘ ଦିନ ଧରି ଏହି ତିନୋଟି ଲଜ୍‌ରେ ସେକ୍ସ ରାକେଟ୍‌ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ନିକଟରେ ବି ସୂଚନା ରହିଥିଲା । ଆଗରୁ ଛୋଟ ମୋଟ ଚଢଉ ବି ହୋଇଛି । ମାତ୍ର ଯେ କୌଣସି କାରଣ ବି ହେଉ ଏହି କଳା କାରନାମା ବନ୍ଦ ହୋଇ ନ ଥିଲା ।

ହୋଟେଲ୍‌ର କର୍ମଚାରୀ ଏହି ରାକେଟ୍‌ ଚଳାଉଥିଲା। ଗ୍ରାହକଙ୍କୁ ତାଙ୍କ ପସନ୍ଦ ଅନୁସାରେ ଯୁବତୀଙ୍କୁ ଯୋଗାଇ ଦେଉଥିଲା। ଗ୍ରାହକମାନେ ବି ଏହି ସ୍ଥାନରେ ବେଧଡକ ଆସି ଏପରି କଳା କାରନାମ କରି ଖସି ଯାଉଥିଲା । ହେଲେ ହଠାତ୍‌ ପୁଲିସ ୩ଟି ଯାକ ଲଜ୍‌ ଉପରେ ଚଢଉ କରିଥିଲା । ସେଠାରୁ ୧୫ ଜଣ ରୂପଜୀବୀଙ୍କ ସହ ୩୦ ଜଣଙ୍କୁ ପୁଲିସ ଅଟକ ରଖିଛି। କେବଳ ସେତିକି ନୁହେଁ ଅନେକ ଯୁବକ ଯୁବତୀଙ୍କ ସାଙ୍ଗରେ ଧରି ଆସି ଅନାୟସରେ ସେଠାରେ କୁକାର୍ଯ୍ୟ କରିପାରୁଥିଲେ ବୋଲି ସୂଚନା ମିଳିଛି ।

ତେବେ ବାରିପଦା ସହର ମଝିରେ ଏପରି ଏକ ବଡ ରାକେଟ୍‌ କାମକରୁଥିବା ନେଇ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଲଜ୍‌ରେ ବି ସେଠାକୁ ଆସୁଥିବା ଯୁବକ ଯୁବତୀଙ୍କ ପରିଚୟ ପତ୍ର ରଖୁ ନଥିଲେ । କେବଳ ଟଙ୍କା ଲୋଭରେ ଚାଲିଥିଲା କଳାକାରନାମା ।

ଶନିବାର ଦିନ୨ଟା ବେଳେ ବାରିପଦା ଟାଉନ ପୋଲିସ ବାରିପଦା ମଧ୍ୟଭାଗରେ ଥିବା କ୍ରିଷ୍ଣା , ଶାନ୍ତି ଓ ଶ୍ରୀ କ୍ରିଷ୍ଣା ନାମକ ୩ ଟି ଲଜ୍ ରେ ଏକ କାଳୀନ ଚଢାଉ କରିଛି।

ଏହି ଲଜ୍‌ମାନଙ୍କରୁ ଆପତ୍ତିଜନକ ଅବସ୍ଥା ରେ ପୋଲିସ ୧୫ଟି ଯୋଡି ପୁଅ-ଝିଅଙ୍କ ଉଦ୍ଧାର କରାଯିବା ପରେ ଏମାନଙ୍କ ସହିତ ୪ଜଣ ଲଜ୍ କର୍ମଚାରୀ ଙ୍କୁ ପୁଲିସ ଥାନାରେ ଅଟକ ରଖିଛି ।

   Related Posts