Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ଜଗା ଦର୍ଶନ ଆହୁରି ସହଜ ହେଲା, ହଟିଲା ୧କିମି ବ୍ୟାରିକେଡ୍, ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ନଜରରେ ରଖି ନିଷ୍ପତ୍ତି

25/01/2021 at 8:41 AM

ପୁରୀ,୨୫/୦୧:  ଜଗତରନାଥ ଶ୍ରୀ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଆହୁରି କୋହଳ ହୋଇଛି । କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦାଖଲ ହଟାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ନିଆୟାଇଛି ।  

ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ୍‌ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡ୍‌କୁ ଛୋଟ କରି ଦିଆଯାଇଛି । ବଡ଼ଦାଣ୍ଡରେ ଥିବା ୧ କିମି ବ୍ୟାରିକେଡ୍‌କୁ ପ୍ରଶାସନ ହଟାଇ ଦେଇଛି। ସୋମବାରଠୁ ମରିଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା ଲାଗୁ ହେବ । ଦର୍ଶନାର୍ଥୀ ବିଶେଷ କରି ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ଛୋଟ କରାଯାଇଥିବା କହିଛନ୍ତି ପୁରୀ ଏସ୍‌ପି କନୱର ବିଶାଲ୍‌ ସିଂ ।

ସୂଚନାଯୋଗ୍ୟ, ରବିବାର ଶ୍ରୀମନ୍ଦିର ପରିସର ବିଶୋଧନ କରାଯାଇଥିଲା । ସେଥିପାଇଁ ମନ୍ଦିର ବନ୍ଦ ରହିଥିଲା । ଆଗ୍ନିକମାନେ ବଡ଼ଦେଉଳ ଭିତରେ ବିଶୋଧନ କରିଥିଲେ । ଦମକଳ ବିଭାଗ ପକ୍ଷରୁ ବଡ଼ଦେଉଳ ଚତୁପାର୍ଶ୍ୱକୁ ବିଶୋଧନ କରାଯାଇଥିଲା ।

ତେବେ ସୋମବାରଠୁ ପୁଣି ସର୍ବସାଧାରଣ ଦର୍ଶନ ଚାଲିବ ।  ଭକ୍ତମାନେ ସହଜରେ ମରିଚିକୋଟ ଛକ ଠାରୁ ବ୍ୟାରିକେଡ୍‌ରେ ଯାଇ ବଡ଼ଦେଉଳକୁ ପ୍ରବେଶ କରିବେ । ପୂର୍ବରୁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଠାରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରିଥିଲା । ଏହା ଯୋଗୁ ବହିରାଗତ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଛୋଟ ପିଲାଙ୍କୁ ଧରି ବ୍ୟାରିକେଡ୍‌ରେ ଦୀର୍ଘ ସମୟ ରହିବା କଷ୍ଟକର ହେଉଥିଲା। ବରିଷ୍ଠ ନାଗରିକମାନେ ବ୍ୟାରିକେଡ୍‌ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନଥିଲେ । ଫଳରେ ଭକ୍ତମାନେ ଅସନ୍ତୁଷ୍ଟ ହେଉଥିଲେ  । ଏହାକୁ ନଜରରେ ରଖି ଶନିବାର ପ୍ରଶାସନ ବ୍ୟାରିକେଡ୍‌ କୋହଳ କରିଥିଲା ।

   Related Posts