ତୀର୍ଥରାଜ ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ କଲେ ମହାରାଜ କଂସ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖରେ କଲେ କ୍ଷମା ପ୍ରାର୍ଥନା

Published By : Prameya-News7 Bureau | January 22, 2019 IST

ପୁରୀ୨୨|୧: କଂସ ମହାରାଜା ଏବେ ପ୍ରାୟଶ୍ଚିତ ପାଇଁ ଆସିଛନ୍ତି ଶ୍ରୀକ୍ଷେତ୍ର । କଂସ ଭୂମିକାରେ ସେ ଶ୍ରୀକୃଷ୍ଣଙ୍କୁ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟରେ କରିଛନ୍ତି କ୍ଷମା ପ୍ରାର୍ଥନା ।

{"id":76937}

ଗୋବର୍ଦ୍ଧନ ପୀଠ ଯାଇ ସେଠାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ନେଇଛନ୍ତି ଆଶୀର୍ବାଦ  । ତୀର୍ଥରାଜ ମହୋଦଧିରେ ସ୍ନାନ କରିବା  ପରେ ପାପରୁ ମୋକ୍ଷ ପାଇଁ   ଶରଣାପନ୍ନ ହୋଇଛନ୍ତି ମହାପ୍ରଭୁଙ୍କ ପାଖରେ।

{"id":76935}

କଂସ ବଧ ସହ ସରିଛି  ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆଉ କଂସ ମହାରାଜ ଏବେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି  ପାପର ପ୍ରାୟଶ୍ଚିତ ପାଇଁ । ଅଭିନୟ ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କଟୁ ବାକ୍ୟ ପ୍ରୟୋଗ କରି ଥିବାରୁ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି ମହାପ୍ରଭୁଙ୍କ ନିକଟରେ । 

{"id":76938}

କଂସ ଭୂମିକାରେ ଅଭିନୟ କରିଥିବା ଭୂବନେଶ୍ବର ପଧାନ ପ୍ରଥମେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ  ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ ସେ ମହୋଦଧିରେ ସ୍ନାନ କରି ସୂର୍ଯ୍ୟପୂଜା ମଧ୍ୟ କରିଥିଲେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ଶରଣାପନ୍ନ ହୋଇଛନ୍ତି।

{"id":76936}

ବିଶ୍ୱାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ସବୁ ପାପରୁ ମୋକ୍ଷ ମିଳିଥାଏ। ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣଙ୍କର ଅବତାର ହୋଇଥିବାରୁ କଂସ ମହାରାଜ ପ୍ରତିବର୍ଷ ପୁରୀକୁ ଆସି ପ୍ରାୟଶ୍ଚିତ କରିବାର ପରଂପରା ରହିଛି । ଶ୍ରୀଜୀଉଙ୍କୁ କ୍ଷମା ପ୍ରାର୍ଥନା  ସହ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରି ନିଜ ଘର ବରଗଡ଼ ଅଭିମୁଖେ ବାହାରିଥିଲେ କଂସ ମହାରାଜା ।   

{"id":76939}

କଂସ ମହାରାଜଙ୍କ ମହାପ୍ରଭୁ ଦର୍ଶନ ହେଉଛି ଧନୁଯାତ୍ରାର ଅନ୍ତିମ ପର୍ବ। ସବୁଠାରୁ ଶକ୍ତିଶାଳୀ କଂସ ମହାରାଜଙ୍କ କାଳିଆ ନିକଟରେ ଶରଣାପନ୍ନ ହୋଇ ପ୍ରାୟଶ୍ଚିତ କରିବା ଧନୁଯାତ୍ରାର ଏକ ପରପଂରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.