ବାଡିରେ ପଡିଛି ଜଙ୍ଗଲୀ ବାର୍‌ହାର ମୃତଦେହ, ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା ବନ ବିଭାଗ

Published By : Prameya-News7 Bureau | July 13, 2021 IST

ସୋର, ୧୩/୦୭: ବାଡିରେ ପଡିଛି ଜଙ୍ଗଲୀ ବାର୍‌ହାର ମୃତଦେହ । ବାଲେଶ୍ୱର ଜିଲ୍ଲା  ଔପଦା ବନ ବିଭାଗ ଅଧୀନରେ ଥିବା ବାଘାଆମ୍ପୁଡା ବିଟ୍  କ୍ରସର ଛକ ପାଖରେ ଥିବା ଜଣଙ୍କ ବାଡ଼ିରେ ଗୋଟିଏ ଜଙ୍ଗଲୀ ବାର୍‌ହା ମରି ପଡିଥିବା ଦେଖିବାକୁ ମିଳିଛି | ,

ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକମାନେ ସେହି ରାସ୍ତା ଦେଇ ଯିବାବେଳେ ଏହି ବାର୍‌ହାଟି ମରି ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ | ବନ ବିଭାଗ  ଏବଂ ସବୁଜ ବାହିନୀର କର୍ମଚାରୀମାନେ ଆସି ମୃତ ବାର୍‌ହାଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଔପଦା ରେଞ୍ଜର ବବିତା ସୋରେନ  ସୂଚନା ଦେଇଛନ୍ତି |

ବାରମ୍ବାର ଶିକାରୀଙ୍କ ଫାସରେ ନୀରିହ ବନ୍ୟଜନ୍ତୁ ବଳି ପଡୁଥିବାର ଦେଖିବାକୁ ମିଳୁଛି | ଔପଦା ,ବଡ଼ପୋଖରୀ ଅଞ୍ଚଳରେ ଅନେକ ଶିକାରୀ ମାନେ ଏପରି ଭାବେ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ଅଭିଯୋଗ ହେଉଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.