ବ୍ରହ୍ମଗିରି ୩୦।୧୦: ପୁରା ଅଞ୍ଚଳ ଆତଙ୍କ ଖେଳାଇଥିବା ବାର୍ହାର ମୃତ୍ୟୁ । ବାର୍ହାକୁ ଠେଙ୍ଗାରେ ବାଡେଇ ବାଡ଼େଇ ମାରିଦେଲେ ଲୋକେ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ଗତ କିଛି ଦିନ ହେଲେ ପୁରା ଅଞ୍ଚଳରେ ବାର୍ହାଟି ଆତଙ୍କ ଖେଳାଇଥିଲା । ଯାହାଫଳରେ ଲୋକଙ୍କ ଭୟ ସୃଷ୍ଟି ହୋଇଥିଲା । ଏବେ ବାର୍ହା ଆକ୍ରମଣରେ ତିନିକୁଦ ଓ ବାଲିକେରା ଗାଁର ୫ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ବେଳେ ୨ଜଣ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଶେଷରେ ଏବେ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବାର୍ହାକୁ ଲୋକମାନେ ଠେଙ୍ଗାରେ ପିଟି ପିଟି ମାରିଥିବା ଜଣାପଡିଛି ।