ବାର୍ହା ଆକ୍ରମଣରେ ୬ଗୁରୁତର, ବଡ଼ ମେଡିକାଲ ସ୍ଥାନାନ୍ତର
13/01/2021 at 10:50 AM

ସାନଖେମୁଣ୍ଡି ୧୩।୦୧ : ବାର୍ହା ଆକ୍ରମଣରେ ୬ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସିକିରି ଗାଁରେ ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ସିକିରି ଗାଁରେ ଆତଙ୍କ ଖେଳାଇଛି ବାର୍ହା । ଆଜି ଉତ୍ପାତ ବାର୍ହାର ଆକ୍ରମଣରେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ହିଞ୍ଜିଳାକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021